Odia Poem Prema Optics (ପ୍ରେମ ଅପ୍ଟିକସ୍) by Chittaranjan Barik

ପ୍ରେମ ଅପ୍ଟିକସ୍

ପ୍ରେମ ଅପ୍ଟିକସ୍‌ରେ ତୋ’ ପ୍ରେମ ଠିକ୍ ଆଲୋକର ରଶ୍ମି ପରି, ଅନନ୍ତ ଦୂରରେ ଥିଲେ ବି ତୁ କେନ୍ଦ୍ରିତ ହୋଇଥାଉ ଏକ ବାସ୍ତବ ପ୍ରତିବିମ୍ବ ପରି, ଫୋକୋସ୍‌ରେ, ଅବତଳ ମନ-ଦର୍ପଣରେ । ନିକଟତର ହୋଇ ତୁ ଅସିଯାଉ ଯେବେ ମୋ ହୃଦ ବ୍ୟାସାର୍ଦ୍ଧ ମଧ୍ୟକୁ, ସୃଷ୍ଟି ହୁଏ ତୋ’ ଛଳନା ବୋଳା ପ୍ରତିବିମ୍ବ ମୋ ହୃଦୟର ପଛକୁ, ତୁ ହାରିଯାଉ, ଅବାସ୍ତବ ଓ ଆଭାସୀ ରଙ୍ଗରେ । ସବୁ ଭୁଲି ଯେବେ ପ୍ରତିଶୃତ କରିବାକୁ ଯାଏ ତୋ’ ଛଳନାବୋଳା ରଶ୍ମିକୁ,…

ଅଧିକ ପଢ଼ନ୍ତୁ
Odia Story Anamika Abujha Premika Mora (ଅନାମିକା ଅବୁଝା ପ୍ରେମିକା ସେ ମୋର) by Soumya Ranjan Behera

ଅନାମିକା ଅବୁଝା ପ୍ରେମିକା ସେ ମୋର…

ଧରାପୃଷ୍ଠରେ ଯେତେବେଳେ ଶିଶୁଟିର କୁଆଁ କୁଆଁ ଶବ୍ଦ ତା’ର ଜନ୍ମଦାତ୍ରି ଓ ତା’ର ପରିବାରର କାନରେ ପଡ଼ିଥାଏ, ସମସ୍ତେ ଖୁସିରେ ବିଭୋର ହେଇଯା’ନ୍ତି । ପାରିବାର ମଧ୍ୟରେ ଖେଳି ଯାଇଥାଏ ଖୁସିର ଏକ ଅପୂର୍ବ ଉତ୍ତାଳ ତରଙ୍ଗ । ଠିକ୍ ସେହିପରି ମୋ ଜୀବନର ରଙ୍ଗମଞ୍ଚ ଏହି ଢଙ୍ଗରେ ସାଜିତ । ଦୁଇ ହାଜର ଚାରି ମସିହା ଜୁଲାଇ ମାସରେ ମୋର ଜନ୍ମ । ମୋ ମାଆ କହୁଥିଲା ମୁଁ ଜନ୍ମ ହେବା ପରେ କୁଆଡ଼େ ସେ ସ୍ୱଭାବିକଠାରୁ ଅଧିକ ଖୁସି ହେଇଥିଲା ।…

ଅଧିକ ପଢ଼ନ୍ତୁ
Odia Poem Abujha Priya Mo Gala Durei (ଅବୁଝା ମୋ ପ୍ରିୟା ଗଲା ଦୂରେଇ - ପଙ୍କଜ କୁମାର ମଙ୍ଗଳଙ୍କ ରଚନାରୁ) by Pankaj Kumar Mangal

ଅବୁଝା ମୋ ପ୍ରିୟା ଗଲା ଦୂରେଇ

ବରଷା ରାଣୀ କହୁଛି ଆଜି ଧରଣୀର ପାଦ ଛୁଇଁ, ଫେରି ଆସିଛି ମୁଁ ଆକାଶ ଛାଡ଼ି ଥରେ ମୋତେ ନିଅ କୋଳେଇ । ଆକାଶ ମୋତେ ଦେଲା ଦୂରେଇ ଆସିଛି ତୁମ କୋଳକୁ, ମନା କରିଲେ ଯିବି ମୁଁ କୁଆଡ଼େ ଟିକେ ଜାଗା ଦିଅ ନିଆଶ୍ରିକୁ । ପ୍ରେମ ଅନ୍ଧୁଣୀ ମୁଁ ବୁଝିପାରିଲିନି ଆକାଶର ଛଳନାକୁ, ନାରୀର ହୃଦୟ ତମେ ନ ବୁଝିେଲ ଆଉ କହିବି ଯାଇ କାହାକୁ । କହୁଛି ଶୁଣି ଧରଣୀ ରାଣୀ ବର୍ଷାକୁ କୋଳେଇ ନେଇ, ଯିଏ…

ଅଧିକ ପଢ଼ନ୍ତୁ
Odia Poem Karana (କାରଣ) by Binay Kumar Das

କାରଣ

ଲୋକଟିର ହୋଇଲା ମରଣ ଅକାଳ ତା’ ମରଣର ମିଳୁନି କାରଣ କେତେ ଅନୁସନ୍ଧାନ ପରେ ଏବେ ହେଲା ଜାଣି ଏକ ସରକାରୀ ଦପ୍ତରରେ କାମ ହୋଇଗଲା ତା’ର ସେଥିପାଇଁ ଟଙ୍କାଟିଏ ବି ନେଲାନି କିରାଣୀ ସେ ପ୍ରଥମେ ଆଚମ୍ବିତ ହେଲା ବାସ୍, ତା’ ପରେ ତା’ ହାର୍ଟ ଫେଲ୍ କଲା । – ବିନୟ କୁମାର ଦାସ

ଅଧିକ ପଢ଼ନ୍ତୁ
Odia Poem Prasnabachi (ପ୍ରଶ୍ନବାଚୀ) by Binay Kumar Das

ପ୍ରଶ୍ନବାଚୀ

ହେ ପ୍ରଭୁ ! ତୁମେ ପୁଣି ତିଆରିଲ କିଆଁ ଶୋଷଣକାରୀ ଆଉ ଉତ୍ପୀଡ଼କ ସୃଷ୍ଟିର ପ୍ରାରମ୍ଭରୁ ତୁମେ ତ ଗଢ଼ି ଦେଇଥିଲ ସଂଖ୍ୟାହୀନ ମଶା ଛାରପୋକ କୁହ ପୁଣି, ଦଳ ଆଉ ରଙ୍ଗ ବଦଳୁଥିବା ନେତା ତୁମେ କାହିଁକି ଗଢ଼ିଲ ସେମିତି ଜୀବଟିଏ ଗଢ଼ି ନାମ ତା’ର ତ ଏଣ୍ଡୁଅ ଦେଇଥିଲ । – ବିନୟ କୁମାର ଦାସ

ଅଧିକ ପଢ଼ନ୍ତୁ