Odia Poem Ama Neta (ଆମ ନେତା) by Binay Kumar Das

ଆମ ନେତା

କାନେକାନେ କହିଥିଲ ମୋତେ ସବୁ ସୁଖ ଦେଇ ଦେବି ତୋତେ ସୁଖ କାହିଁ ….ଦୁଃଖ ମୋର ଦ୍ୱିଗୁଣିତ ହେଲା ଦାନା କନା ମିଳୁନାହିଁ ମୋତେ ତୁମର ତ ବଢ଼ୁଛି ମହଲା ଏତେଦିନ ପରେ ଆଜି ସବୁ ମୁଁ ପାରିଛି ବୁଝି କଥା ଦେଇ ଯେଉଁ ଜନ ରଖେ ନାହିଁ କଥା ଆମର ଜନତା କହେ…ସିଏ ଆମ ଅତି ପ୍ରିୟ ନେତା । – ବିନୟ କୁମାର ଦାସ

ଅଧିକ ପଢ଼ନ୍ତୁ
Odia Poem Kaedi (କଏଦୀ) by Binay Kumar Das

କଏଦୀ

ଜେଲର୍‌କୁ କହିଲା କଏଦୀ କାହିଁକି ଚାଲୁନି ମୋ ଏ.ସି କାହିଁ ମୋ ମିନେରାଲ ୱାଟର? କାହିଁ…କାହିଁ ମୋ ଚିକେନ୍ ରୋଷ୍ଟ୍..? କେତେଥର କହିବି ମୁଁ ତୋତେ ମନ୍ତ୍ରୀ ତ ମୁଁ ହେବି ଦିନେ… ଆଉ ସେତେବେଳେ ଚିହ୍ନିବୁ ତୁ ମୋତେ ॥ – ବିନୟ କୁମାର ଦାସ

ଅଧିକ ପଢ଼ନ୍ତୁ
Odia Poem Ama Paribesha (ଆମ ପରିବେଶ) by Binay Kumar Das

ଆମ ପରିବେଶ

ଗଛ ସବୁ ହୋଇଗଲା ହଣା ଜଙ୍ଗଲଟେ ଥିଲା ବୋଲି ଏବେ ଆଉ ପଡ଼ୁନାହିଁ ଜଣା ଏବେ ତାହା ସାଜିଛି ପଡ଼ିଆ ସେଠି ଚାଲିଅଛି ସଭା ଲାଗୁଚି ବଢ଼ିଆ ଆଜି ବି ହେଉଚି ସଭା ପରିବେଶ ସୁରକ୍ଷାର ଦିନ ଆସିଛନ୍ତି ନେତା, ମନ୍ତ୍ରୀ ଦିଅନ୍ତି ଭାଷଣ କହୁଛନ୍ତି କାଟନାହିଁ ଗଛ… ବଢ଼ାଅ ତା’ ବଂଶ ଜଙ୍ଗଲ ରହିଲେ ହେବ ସୁସ୍ଥ ପରିବେଶ । – ବିନୟ କୁମାର ଦାସ

ଅଧିକ ପଢ଼ନ୍ତୁ
Odia Poem Bande Utkala Mata (ବନ୍ଦେ ଉତ୍କଳ ମାତା) by Basanta Kumar Pradhan

ବନ୍ଦେ ଉତ୍କଳ ମାତା

ବନ୍ଦେ ଉତ୍କଳ ମାତା ବନ୍ଦେ ଉତ୍କଳ ମାତା ସବୁଜ ସୁନ୍ଦର ଚାରୁ ଶୋଭାମୟୀ ପୁଣ୍ୟ ତୀର୍ଥମୟୀ ମାତା । କଳା ସଂସ୍କୃତିରେ ଅଟୁ ତୁ ମହାନ ଭାଷା ଭିତ୍ତିରେ ତୋହରି ଗଠନ, ଏକତ୍ମତାରେ ହିଁ ତୋହରି ଅସ୍ତିତ୍ୱ ବଞ୍ଚିଛି ଉତ୍କଳୀୟତା । ବନ୍ଦେ ଉତ୍କଳ ମାତା । ପରାକ୍ରମଶାଳୀ ତୋ’ ସନ୍ତାନଗଣ କେ’ ଭୁଲି ପାରିବ ଯେତେ ତାଙ୍କ ଦାନ ଗଙ୍ଗାଠାରୁ ଗୋଦାବରୀ ତୋ’ ବିସ୍ତୃତି ଧର୍ମର ଆଧାରଭୁତା । ବନ୍ଦେ ଉତ୍କଳ ମାତା । କେତେ ଜ୍ଞାନୀଗୁଣୀ ତୋ’ର ସୁତସୁତା ବିଶ୍ୱ ଦରବାରେ…

ଅଧିକ ପଢ଼ନ୍ତୁ
Odia Story Prema - Aksharikaru Apekshika (ପ୍ରେମ... ଆକ୍ଷରିକରୁ ଆପେକ୍ଷିକ) by Manas Ranjan Nayak

ପ୍ରେମ… ଆକ୍ଷରିକରୁ ଆପେକ୍ଷିକ

ପ୍ରେମ…ଶବ୍ଦ ଏକ ମନସ୍ତାତ୍ତ୍ୱିକ ଆଲୋଡ଼ନର, ଚେତନାରୁ ଦିବ୍ୟ ଆଚରଣକୁ ରୂପାନ୍ତରଣର । ନିଃସ୍ୱାର୍ଥପର ସମ୍ପର୍କ ସ୍ଥାପନରେ ଏକ ବିଭୁଦତ୍ତ ଅମୃତତୁଲ୍ୟ ଉପାଦାନ । ଏକ ଚିରସ୍ରୋତା ନିର୍ଝରିଣୀ ପରି ଅପରିବର୍ତ୍ତିତ ତା’ର ଅବୟବ ଏବଂ ଦୃଷ୍ଟିକୋଣ । ସୁଶୀତଳ ସୁମଧୁର ଜଳରାଶିର ମନ୍ତ୍ରମୁଗ୍ଧ କଳକଳ କବିତାର ଗାନ, ହେଉ ଉତ୍ତପ୍ତ ମରୁଭୂମିଟିଏ, କଠିନ ପ୍ରସ୍ତର ପ୍ରାନ୍ତର ଅବା ଚିରସବୁଜ ସମତଳ ଭୂମି । ସମସ୍ତ ଉପେକ୍ଷା, ତିରସ୍କାର, ଅପମାନ, ଅଭିମାନ, ଦୁଃଖ, ଗ୍ଳାନି କ୍ଷଣିକେ ଅସ୍ତିତ୍ୱ ହରାନ୍ତି ପ୍ରେମର ଅମୂଲ୍ୟ ଅନୁଭୂତିରେ । ପ୍ରେମର…

ଅଧିକ ପଢ଼ନ୍ତୁ