You are currently viewing କାରଣ
Odia Poem Karana (କାରଣ) by Binay Kumar Das

କାରଣ

ଲୋକଟିର ହୋଇଲା ମରଣ
ଅକାଳ ତା’ ମରଣର ମିଳୁନି କାରଣ
କେତେ ଅନୁସନ୍ଧାନ ପରେ ଏବେ ହେଲା ଜାଣି
ଏକ ସରକାରୀ ଦପ୍ତରରେ କାମ ହୋଇଗଲା ତା’ର
ସେଥିପାଇଁ ଟଙ୍କାଟିଏ ବି ନେଲାନି କିରାଣୀ
ସେ ପ୍ରଥମେ ଆଚମ୍ବିତ ହେଲା
ବାସ୍, ତା’ ପରେ ତା’ ହାର୍ଟ ଫେଲ୍ କଲା ।

– ବିନୟ କୁମାର ଦାସ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ବିନୟ କୁମାର ଦାସ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ, କବିତା ଆଦି ରଚନା କରିବା ସହ ଅନ୍ୟାନ୍ୟ ଭାଷାର ରଚନାରୁ ଅନୁବାଦ କରିଥାନ୍ତି ।