You are currently viewing ପ୍ରଶ୍ନବାଚୀ
Odia Poem Prasnabachi (ପ୍ରଶ୍ନବାଚୀ) by Binay Kumar Das

ପ୍ରଶ୍ନବାଚୀ

ହେ ପ୍ରଭୁ !
ତୁମେ ପୁଣି ତିଆରିଲ କିଆଁ
ଶୋଷଣକାରୀ ଆଉ ଉତ୍ପୀଡ଼କ
ସୃଷ୍ଟିର ପ୍ରାରମ୍ଭରୁ ତୁମେ ତ ଗଢ଼ି ଦେଇଥିଲ
ସଂଖ୍ୟାହୀନ ମଶା ଛାରପୋକ

କୁହ ପୁଣି, ଦଳ ଆଉ ରଙ୍ଗ ବଦଳୁଥିବା
ନେତା ତୁମେ କାହିଁକି ଗଢ଼ିଲ
ସେମିତି ଜୀବଟିଏ ଗଢ଼ି
ନାମ ତା’ର ତ ଏଣ୍ଡୁଅ ଦେଇଥିଲ ।

– ବିନୟ କୁମାର ଦାସ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ବିନୟ କୁମାର ଦାସ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ, କବିତା ଆଦି ରଚନା କରିବା ସହ ଅନ୍ୟାନ୍ୟ ଭାଷାର ରଚନାରୁ ଅନୁବାଦ କରିଥାନ୍ତି ।