ଦୂର ଆକାଶ

ଦୂର ଆକାଶ

ଥରେ ଦୂର ଆକାଶ ସହ ମୋର କଥୋପକଥନ ଜୀବନର ପ୍ରତ୍ୟେକଟି ମୁହୂର୍ତ୍ତରେ କିଛି ନା କିଛି ଶିଖିବାକୁ ମିଳିଥାଏ । କେତେବେଳେ ସେ ଶିକ୍ଷା ଲୋକ ଦେଇଥାନ୍ତି ତ କେତେବେଳେ ପ୍ରକୃତି ଦେଇଥାଏ । କିଛି ଲୋକ ବିଶ୍ୱାସକୁ ପାଦରେ ଦଳି ତ କିଛି ଲୋକ ବିଶ୍ୱାସର ମହାନତାକୁ ସନମାନ ଦେବାକୁ ଯାଇ ନିଜର ପ୍ରାଣବଳି ମଧ୍ୟ ଦେଇଥାନ୍ତି । ଜୀବନ ତୁ କ’ଣ ନ ଶିଖାଇଲୁ ଖୋଲା ଆକାଶକୁ ଥରେ ଦେଖିଲି ଓ ପଚାରିଲି ତୋତେ କେତେ ଲୋକ ଆପଣାର…

ଅଧିକ ପଢ଼ନ୍ତୁ

ମୟୂର ଚନ୍ଦ୍ରିକା

ଦିନ ନିଛାଟିଆ ଖରାବେଳଟାରେ ଖସି ପଡ଼ିଥିବା ମୟୂର ଚନ୍ଦ୍ରିକାକୁ ପାଗଳୀ ଭଳି ଗୋଟେଇ ଚାଲିଥିଲେ ରାଧିକା । ତତ୍ପରତା କହୁଥିଲା, ସେ ମୟୂର ଚନ୍ଦ୍ରିକାର ଗୁରୁତ୍ୱ ରାଧାଙ୍କ ପାଇଁ । ବେଳେ ବେଳେ ଅତି ଆପଣାର ଦ୍ରବ୍ୟକୁ ଭୂମିରେ ପଡ଼ିଥିବାର ଦେଖିଲେ ଆଖି କୋଣରେ ଜକେଇ ଆସେ । ଠିକ ସେଦିନ, ରାଇଙ୍କ ଆଖି ବି ଭିଜି ଆସିଥିଲା ଭୂମିରେ ଲୋଟି ପଡ଼ିଥିବା ମୟୁର ଚନ୍ଦ୍ରିକା ଦେଖି । ଏସବୁ ଘଟଣା ବଳିକୁ ସାମାନ୍ୟ ଦ୍ଵନ୍ଦ, ସାମାନ୍ୟ ବିସ୍ମୟ ଆଉ ସାମନ୍ୟ କୌତୁହଳ…

ଅଧିକ ପଢ଼ନ୍ତୁ

ଜନ୍ମାଷ୍ଟମୀ

ମହାଭାରତରେ କିଏ ଶ୍ରେଷ୍ଠ ବୋଲି ଗଦା ଆଉ ଧନୁ ଝଗଡା କରୁକରୁ ସୁଦର୍ଶନଟା ପଛରେ ଚୁପ୍ ଚାପ୍ ହସୁଥିଲା । ପ୍ରେମରେ ଗୋପପୁର, ସମ୍ପର୍କରେ ରାଧା, ରାଜନୀତିରେ ମଥୁରା, ବନ୍ଧୁତାରେ ସୁଦାମା, କ୍ଷମାରେ ଶିଶୁପାଳ, କୂଟନୀତିରେ ମହାଭାରତର ଉଦାହରଣ ସୃଷ୍ଟି କରିଥିବା ପୁରୁଷ ସେ । ଯାହାଂକ ଜୀବନର ପ୍ରତିଟି ମୂହୁର୍ତ୍ତ କର୍ମରେ ବିମଣ୍ଡିତ ତାଂକର ଜନ୍ମତିଥିର ସମସ୍ତଂକୁ ଅଭିନନ୍ଦନ । ଆଉ ହଁ, ସେମାନଂକୁ ମଧ୍ଯ ଅଭିନନ୍ଦନ ଯେଉଁମାନେ ଏ କର୍ମର ମାହାତ୍ମ ବୁଝି ନ ପାରି ହରେକୃଷ୍ଣ ହରେକୃଷ୍ଣ…

ଅଧିକ ପଢ଼ନ୍ତୁ
ଗୁଡ଼ି

ଗୁଡ଼ି

ଚଇତିର ଉଦୁଉଦିଆ ମଧ୍ୟାହ୍ନ । ଛୋଟ ପିଲାମାନଙ୍କ ଗୁଡ଼ି ଉଡ଼ା ଆନନ୍ଦ; ନା ଖରା ନା ତରା, କିଛି ମାନେନି ସେ ଅମାନିଆ ବୟସ ! ହଷ୍ଟେଲ ଝରକାରୁ ମୁଁ ସବୁଦିନ ଏଇ ପିଲାମାନଙ୍କ ଗୁଡ଼ି ଉଡ଼ାଇବା କୌଶଳକୁ ନେଇ ତର୍ଜମା କରିଥାଏ । କେମିତି ଗୁଡ଼ି ଉଠିଲା, କେମିତି କାନି ଖାଇ ଖସିଲା ଓ କେମିତି ଗୁଡ଼ିକୁ ଗୁଡ଼ି କାଟିଦେଲା ଇତ୍ୟାଦି ଇତ୍ୟାଦି.. । ଆଜି କିନ୍ତୁ ନୀଳ ଆକାଶକୁ ଚାହିଁ ଅନାବନା ଭାବନାରେ ମଜ୍ଜି ଯାଇଥିଲି । ପ୍ରାୟ ୧୪ ବର୍ଷ…

ଅଧିକ ପଢ଼ନ୍ତୁ
Sonara Kanvas re Setanshu

ସୋନାର କାନ୍‌ଭାସ ସେତାଂଶୁ

( ୧ ) ଜୀବନର ପ୍ରଥମ ପ୍ରେମ, ପ୍ରେମର ପହିଲି ସ୍ପର୍ଶ, ଭଲପାଇବାର ଆଦିବାକ୍ୟ… ପିଣ୍ଡରେ ପ୍ରାଣଥିବା ଯାଏ, ନାକପୁଡ଼ାରେ ନିଶ୍ୱାସ ଟିକେ ଲଟକି ଥିବାଯାଏ, କେବେ ବି ଭୁଲିହୁଏ ନାହିଁ । ପହିଲି ପ୍ରେମ ସବୁବେଳେ ସଦ୍ୟ ସତେଜ…..! ( ୨ ) ପ୍ରତିଦିନ ରାତିରେ ବିଛଣାକୁ ଗଲାପରେ ଆପେ ଆପେ ସୋନାଲିର ଆଖିପତା ବନ୍ଦ ହୋଇଯାଅ । ବନ୍ଦ ହେଇଗଲା ପରେ ତା’ ଆଖି ସାମ୍ନାରେ ଭାସି ଉଠେ ସେଇ ମୁହଁ… ତା’ ପ୍ରିୟର ହସ ହସ…

ଅଧିକ ପଢ଼ନ୍ତୁ