You are currently viewing ଫଗୁଣର ଫଗୁ
Odia Poem Fagunara Fagu (ଫଗୁଣର ଫଗୁ) by Shushree Sangita Sethi for the Celebration of Holi in Odisha

ଫଗୁଣର ଫଗୁ

ଆସିଛି ହୋରି ଆଣି ଫଗୁ ସାଥିରେ
ଫଗୁଣକୁ ସଜେଇବ ବୋଲି,
ଜୀବନ ରଙ୍ଗେଇ ପ୍ରେମ ରଙ୍ଗରେ
ଖୁସିର ଅଭିରକୁ ବୋଳି ।

ଜୀବନ ମେଳଣକୁ ରଙ୍ଗୀନ କରେଇ
ଫଗୁ ଉଡ଼ାଇବ ବୋଲି
ବରଷକେ ଥରେ ଆସିଛି ସେ
ଖେଳିବାକୁ ମନ ଖୋଲି ।

ଦୋଳଗୋବିନ୍ଦଙ୍କ ଲୀଳାରେ ଭରି
ଭକ୍ତିମୟ ପରିବେଶ,
ରଙ୍ଗ ଖେଳରେ ମଜେଇବାକୁ
ଡାକେ ହାତ ଠାରି ଆସ ।

ଜୀବନର ପ୍ରତି ରଙ୍ଗ ଚାଖିବାକୁ ହୁଏ
କହେ ସେ ଆଖି ମାରି,
ତେବେ ସିନା ଏ ଜୀବନ ରଙ୍ଗମଞ୍ଚ
ଯାଏ ଖୁସି ରଙ୍ଗେ ଭରି ।

ଆସ ରଙ୍ଗେଇ ଦେବା ଗାଁ ଦାଣ୍ଡ
ଆମେ ବନ୍ଧୁତା ଫଗୁ ଉଡ଼େଇ,
ବାଣ୍ଟିବା ସେନେହ, ପ୍ରେମର ରଙ୍ଗ
ରାଧାକୃଷ୍ଣଙ୍କ ଗାଥା ଗାଇ ।

– ସୁଶ୍ରୀ ସଙ୍ଗୀତା ସେଠୀ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସୁଶ୍ରୀ ସଙ୍ଗୀତା ସେଠୀ ଓଡ଼ିଆ ଭାଷାରେ ବିଭନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରିଥାନ୍ତି । ତାଙ୍କ ରଚିତ ପ୍ରସଙ୍ଗଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇଛି ।