You are currently viewing ନହୁଅ ଏତେ ନିଷ୍ଠୁର

ନହୁଅ ଏତେ ନିଷ୍ଠୁର

ଡାକ୍ତରଙ୍କ ମୁଖୁ ଝିଅଟିଏ ବୋଲି ଶୁଣିକରି ପିତାମାତା,
ହଁ କହନ୍ତି ପଦେ ତଳମୁହାଁ ହୋଇ ଏଇଟା ଭାଇ କି କଥା?

ଆଗରୁ ଜାଣିଲେ ଝିଅ ହେବ ବୋଲି କରିଥାନ୍ତି ଗର୍ଭ ନଷ୍ଟ,
ଯଦି ବଞ୍ଚିଯିଏ ମୁଣାଟିରେ ଭରି ଫିଙ୍ଗନ୍ତି ନଲାଗେ କଷ୍ଟ ।

ନାଳ ନର୍ଦ୍ଦମାରେ ଦିନ କଟିଥାଏ ଶିଶୁକନ୍ୟା ସେ ନିଷ୍ପାପ,
ଝିଅଟିଏ ହେଇ ଧରାକୁ ଆସିବା ହୋଇଗଲା ଅଭିଶାପ ।

ପିତାମାତାଙ୍କ ମନର ଭାବନା ଝିଅଟିଏ ଯଦି ହେବ,
ଖୁଆଇ ପିଆଇ ପୋଷିଥିବ ସିନା ଦିନେ ସେ ଦୂରେଇ ଯିବ ।

ଝିଅର ଜନମ ପରର ଏହି ତ ବିଧିର ବିଧାନ,
ପୁଅଟିଏ ହେଲେ ହରି ଦୁଃଖକଷ୍ଟ ପାସେଥିବ ଚିରଦିନ ।

ଲକ୍ଷ୍ମୀଙ୍କ ପ୍ରତିମା ସେହି ଝିଅଟିଏ କହେମୁହିଁ ବାରମ୍ବାର,
ସେହି ଝିଅଟିକୁ ବଞ୍ଚିବାକୁ ଦିଅ ନ ହୁଅ ଏତେ ନିଷ୍ଠୁର ।

– କୃଷେନ୍ଦୁ ହୋତା

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

କୃଷ୍ଣେନ୍ଦୁ ହୋତା ବଲାଙ୍ଗୀର ଜିଲ୍ଲାର ସରଗଡ଼ା ଅଞ୍ଚଳର ବାସିନ୍ଦା, ଯିଏକି ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗଳ୍ପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।