Odia Story Golapa (ଗୋଲାପ) by Lala Om Prakash Rout

ଗୋଲାପ

ପୃଥିବୀର ଯେ କେହି ବି ଯେତେ ନିର୍ଦ୍ଦୟ ନିଷ୍ଠୁର ମଣିଷଟିଏ ହୋଇଥାଉ ନା କାହିଁକି, ଗୋଲାପ ଶବ୍ଦଟି ଶୁଣିବା କ୍ଷଣି ମନରେ ସତେ ଯେମିତି ଶିହରଣ ଖେଳି ଯାଏ ! ପାର୍ଶ୍ଵ ବାର୍ତ୍ତାବରଣ ଯେମିତି ପ୍ରେମମୟ ହୋଇଯାଏ, ସେମିତି ମୁହୂର୍ତ୍ତଟିଏ ପାଇଁ ମନ ମଧ୍ୟରେ ସୃଷ୍ଟିହୁଏ ରୋମାଞ୍ଚ । କାହିଁକି ନା ଗୋଲାପ ହେଉଛି ପ୍ରେମର ପ୍ରତୀକ; କେତେ ପ୍ରେମୀମାନଙ୍କର ମୁକସାକ୍ଷୀ ସେ !! ମେଟ୍ରିକ୍ ପାସ୍ ପରେ ନୂଆ ନୂଆ କଲେଜ ଯାଉଥାଏ, କିଶୋର ଅବସ୍ଥାରୁ…

ଅଧିକ ପଢ଼ନ୍ତୁ
Odia Story Dana (ଦାନ) by Abinash Mahakul

ଦାନ

ଘର ପାଖରେ ଥିବା ସାଇ ମନ୍ଦିରକୁ ପ୍ରତି ଗୁରୁବାର ଯିବା ମହାନ୍ତି ବାବୁଙ୍କର ନିତିଦିନିଆ ଅଭ୍ୟାସରେ ପରିଣତ ହେଇସାରିଥିଲା । ସେଦିନ ଗୁରୁପୂର୍ଣ୍ଣମୀରେ ସାଇମନ୍ଦିରରେ ସକାଳୁ ସକାଳୁ ଜନଗହଳି ହୋଇ ସାରିଥାଏ । ଅଫିସ ଯିବା ପୂର୍ବରୁ ମହାନ୍ତି ବାବୁ ସକାଳୁ ଗାଧେଇ ତରତରରେ ସାଇ ମନ୍ଦିରକୁ ଯାଉଥାନ୍ତି । ମନ୍ଦିରର ପାହାଚ ଚଢ଼ୁ ଚଢ଼ୁ ଜଣେ ବୃଦ୍ଧ ଭିକାରୀ ମହାନ୍ତି ବାବୁଙ୍କୁ କାକୁତି ମିନତୀ ହୋଇ ଭିକ୍ଷା ଆଶା କରୁଥିଲା । ମହାନ୍ତି ବାବୁ ଭିକାରୀଟିକୁ…

ଅଧିକ ପଢ଼ନ୍ତୁ
Odia Story Aradhana (ଆରାଧନା) by Nirupama Gouda

ଆରାଧନା

ଆଜି ପବିତ୍ର ମହାଷ୍ଟମୀ । ସବୁଦିନ ପରି ଆଜି ମଧ୍ୟ ସୁନୟନା ମା’ଙ୍କର ପୂଜା ପାଇଁ ତାଙ୍କ ସାହି ମନ୍ଦିରକୁ ସକାଳୁ ସକଳୁ ବାହାରି ପଡ଼ିଲା । ପବିତ୍ର ମହାଷ୍ଟମୀରେ ମା’ଙ୍କର ଦର୍ଶନ କରିବା ପାଇଁ ତା’ ମନ ବ୍ୟାକୁଳ ହୋଇଉଠୁଥିଲା । ମନରେ ତା’ର ଭରିରହିଥିଲା ଉତ୍ସାହ ଓ ଉଦ୍ଦୀପନା । ଖୁସିରେ ଆତ୍ମହରା ହେଇ ଉଠୁଥିଲା ସୁନୟନା । ଠିକ ସେଇ ସମୟରେ ସେ ଲକ୍ଷ୍ୟ କଲା ତାଙ୍କ ସାହିର କେତେ ଜଣ ବଦମାସ…

ଅଧିକ ପଢ଼ନ୍ତୁ
Odia Story Topae Sindura (ଟୋପାଏ ସିନ୍ଦୂର) by Janmajaya Nayak

ଟୋପାଏ ସିନ୍ଦୂର

ନିଜ କାନିରେ ବିମଳା ସେ ମନ୍ଦିର ବେଢ଼ାରେ ବସିଥିବା ଫୁଲ ମାଉସୀଙ୍କ ମୁଣ୍ଡରୁ କଳା ପୋଛି ଦେଉଦେଉ ଲୁହଭରା ଆଖିରେ ବୁଢୀମାଉସୀ କହିଚାଲିଥାଏ, “ଏ ପୋଡ଼ା କପାଳରେ ଆଉ କି ସୁଖ ଅଛି ଲୋ ଝିଅ ! ଅୟରାଣୀ ହୋଇ ମଶାଣୀ ଯିବା ସଭିଙ୍କ କପାଳରେ ନଥାଏ !! ଆଜିକି ଦଶ ବରଷ ହବ ଏ ଅଭାଗିନୀ ପୋଡ଼ାମୁହଁକୁ ଆରିସିରେ ଦେଖିନି ଯେବେ ଠୁ ସେ ଚାଲିଗଲେ । କୋଉଠି ହାଣ୍ଡିକଳା ଲାଗିଛି ମୁଣ୍ଡରେ କେମିତି ଦେଖିବି?”…

ଅଧିକ ପଢ଼ନ୍ତୁ
Odiad Story Aparahna (ଅପରାହ୍ନ) by Sushree Sangita Sethy

ଅପରାହ୍ନ

ଦୃଶ୍ୟ-୧ ଆଖି ଖୋଲିଲା ପରେ ନୀଳ ଆକାଶ । ଆକାଶରେ କିଚିରି ମିଚିରି କରି ଉଡ଼ୁଛନ୍ତି ମୁକ୍ତ ପକ୍ଷୀ । ଚାରିପାଖରେ ୧୦-୧୫ ଜଣ ଲୋକ । ଲୋକମାନେ ପାଣି ଛାଟିବାରୁ ହୋସ୍ ଆସିବା ପରେ ଦେଖୁଥାନ୍ତି ଏସବୁ ଦୃଶ୍ୟ ବୁଢ଼ୀ ମାଉସୀଜଣକ । ଅପରାହ୍ନ ୫ଟା ହେବ । ବାଉଳି ହେଉଥାନ୍ତି ମୁଁ କୋଉଠି ପୁଅ !? ଲୋକମାନେ ବାଉଳି ହେଉଥାନ୍ତି ତମେ କିଏ ମାଉସୀ? କୋଉଠୁ ଆସିଛ?? ଏଇଟା ପୁରୀ । ଏଠି କେମିତି…

ଅଧିକ ପଢ଼ନ୍ତୁ