Odia Poem Akasha Akhire Luha (ଆକାଶ ଆଖିରେ ଲୁହ) by Chinmaya Kumar Sahoo

ଆକାଶ ଆଖିରେ ଲୁହ

ଆକାଶକୁ ଦିନେ ଚାହିଁ ମୁଁ ଭାବିଲି କେଡ଼େ ସୁଖୀ ସତେ ସେଇ କୋଟି କୋଟି ତାରା ମେଳରେ ଜହ୍ନଟା ଖେଳୁଥିଲା ଖୁସି ହେଇ । ପକ୍ଷୀ ଉଡ଼ୁଥିଲେ ଆନନ୍ଦେ ଆକାଶେ ଖୋଜୁଥିଲେ ବାଟ ବସାକୁ ଦଳ ଦଳ ହେଇ ବାଦଲ ଗୁଡ଼ାକ ଭାସି ଯାଉଥିଲେ ଦୂରକୁ । କେତେ କେତେ ଗ୍ରହ, ତାରା ସୂର୍ଯ୍ୟ ଚନ୍ଦ୍ର, ତା’ ସାଙ୍ଗେ ମେଘର ଭାବ ଏତେ ଏତେ ବନ୍ଧୁ ପାଶେ ଥାଇ ନିଶ୍ଚେ ଆକାଶଟା ଖୁସି ଥିବ । ମୋ…

ଅଧିକ ପଢ଼ନ୍ତୁ
Odia Poem Sharanarthi (ଶରଣାର୍ଥୀ) by Tika Govind

ଶରଣାର୍ଥୀ

ତାର ବାଡ଼ର ଏପାଖେ ବି ଗୋଟେ ଦୁନିଆ ଅଛି ଆଉ ସେପାଖେ ବି । ଏପାଖେ ବି ପାଦ ତଳେ ମାଟି ମୁଣ୍ଡ ଉପରେ ଆକାଶ ଆଉ ସେପାଖେ ବି । କଣଟା ବଦଳି ଯାଏ ଦୁଇ ପାଖରେ, ନା ବଦଳେ ଗଛ ନା ବଦଳେ ପକ୍ଷୀ ନା ବଦଳେ ଡର । ବାସ୍ ବଦଳି ଯାଏ ମଣିଷର ସଂଜ୍ଞା, ଏପାଖେ ନାଗରିକ ସେପଖେ ଶରଣାର୍ଥୀ । ବାଡ଼ ଆରପାଖେ ପରା ଘାସ ସବୁବେଳେ ସବୁଜ ।…

ଅଧିକ ପଢ଼ନ୍ତୁ
Odia Peom Naree (ନାରୀ) by Subhadarsini Parida

ନାରୀ

ସମ୍ମାନୀୟା ବନ୍ଦନୀୟା ସର୍ବସହା ମମତାର ପ୍ରତିମୂର୍ତ୍ତି ମାନବୀ ନା ଦେବୀ କ’ଣ ବା ପରିଚୟ ତା’ର? ଦୁହିତା ଭଗିନୀ ଜାୟା ନା ଜନନୀ ମମତମୟୀ ସେହ୍ନପ୍ରଦାୟିନୀ ନା ଦୈତ୍ୟଦଳିନୀ? ହଜାରେ ରୂପ ହଜାରେ କାହାଣୀ ତଥାପି ସେ ନାରୀ ଶାନ୍ତ ସ୍ନିଗ୍ଧ ନମ୍ରତାର ମୂଳମନ୍ତ୍ର, ସତୀତ୍ଵର ପରାକାଷ୍ଠାରେ ଦେଇଛି ଅଗ୍ନିପରୀକ୍ଷା, କୁରୁସଭା ତଳେ ପୁଣି ହେଇଛି ବିବସ୍ତ୍ର, ଜଗତର କଲ୍ୟାଣ ପାଇଁ ସାଜିଛି ଦୁର୍ଗତିନାଶିନୀ ଦୁର୍ଗା, କେବେ ପୁଣି ସତ୍ୟବାନକୁ ରକ୍ଷା କରି ସାବିତ୍ରୀ । କ’ଣ…

ଅଧିକ ପଢ଼ନ୍ତୁ
Odia Poem Jajabara Jatna (ଯାଯାବର ଯତ୍ନ) by Krushna Chandra Barik

ଯାଯାବର ଯତ୍ନ

କେବେ କେବେ ଇଚ୍ଛା ହେଲେ ଅଧର ଆଗରୁ ଫୋପାଡ଼ି ଦେଉଛ ଲିଓନାର୍ଡ଼ ଦା ଭିନ୍ସର ଚିତ୍ର ପରି ମେଞ୍ଚାଏ ମୋନାଲିସାର ହସ ପ୍ରେମର ପରିମାଣଟା ଅଧିକା ହେଲେ ସମ୍ପର୍କଟା ନିବିଡ଼ ହେବା ପରିବର୍ତ୍ତେ ଲାଗୁଛି ଶସ୍ତା ସମ୍ପର୍କର ଶିଳାନ୍ୟାସ “ପ୍ରାଧାନ୍ୟ” “ପ୍ରମୁଖ” ଭଳି ଶବ୍ଦଗୁଡ଼ାକ ଯେମିତି ବିଗତ ଅତୀତର ବିଶ୍ଳେଷଣରେ ବିସ୍ତୃତ କିଛି ଅଲାଜୁକ ହୃଦୟର ମନଖୋଲା ଉପହାସ ଦୂରତ୍ୱର ଲକ୍ଷ୍ୟଭେଦ ଆନୁମାନିକ ହେଲେ ନିକଟରେ ତ ଆକର୍ଷଣ ସ୍ୱଭାବିକ ତଥାପି ସମୀପରେ ନାହିଁ ଶାନ୍ତିର ନିଃଶ୍ୱାସ…

ଅଧିକ ପଢ଼ନ୍ତୁ
Odia Poem Jibanara Mulya (ଜୀବନର ମୂଲ୍ୟ) by Deepankar Panda

ଜୀବନର ମୂଲ୍ୟ

ଶୂନ୍ୟହସ୍ତେ ଆମେ ରଖିଥିଲୁ ପାଦ ଏଇ ଭବ୍ୟ ଦୁନିଆରେ ରିକ୍ତହସ୍ତେ ଦିନେ ଚାଲିଯିବୁ ସତ ବନ୍ଦୀ କାଳଯମ ଫାଶରେ ଶୋକମଗ୍ନ ବନ୍ଧୁ ପରିବାର ସବୁ ରହିଯିବେ ଆମ ପଛରେ ସମୟ ଛକରେ ଛନ୍ଦି ଆମେ ତ ରହିଯିବା ତାଙ୍କ ସ୍ମୃତିରେ ଛାଡ଼ିଯିବା ନିଜ ଉପାର୍ଜିତ ସବୁ ଅନ୍ୟ କାହାର ଦାୟିତ୍ୱରେ ନେଇଯିବା ସଙ୍ଗେ ନିଜ କର୍ମଫଳ ପୂର୍ବ ନିର୍ଦ୍ଧାରିତ ପଥରେ ମୋହମାୟା ଭରା ଦୁଃଖ କ୍ଳେଶର ସାଂସାରିକ ଜୀବନରେ ଏକମାତ୍ର ପ୍ରଭୁଙ୍କୁ ସୁମରି ପାରିହେବା ଅନ୍ଧକାର ସହଜରେ…

ଅଧିକ ପଢ଼ନ୍ତୁ