You are currently viewing ଜୀବନ ଦୋଳି
Odia Poem Jibanara Doli (ଜୀବନ ଦୋଳି) by Rashmibala Satapathy

ଜୀବନ ଦୋଳି

ଦୁଇଗୋଟି ରଜ୍ଜୁରେ ବନ୍ଧା ଜୀବନ ଦୋଳି
ସମାହାର ଜନମ ମରଣର,
ପ୍ରଭୁଙ୍କ ଆଦଶେ ବନ୍ଧା ଯେ ହୋଇଛି
ବିଚିତ୍ରତା ପୂର୍ଣ୍ଣ ଏହା ସୃଷ୍ଟିର ।

ଜୀବନ ଦୋଳିର ଦୁଇପାର୍ଶ୍ଵ ସଜ୍ଜିତ ହୋଇଛି
କେବେ ସୁଖ ଏଠି କେବେ ଦୁଃଖ,
ସଂସାର ବାରିଧି ପୂର୍ଣ୍ଣ ହୋଇ ଯେ ଚାଲିଛି
ନିନ୍ଦା ପ୍ରଶଂସା ଯେ ଏହାର ଆଭିମୁଖ୍ୟ ।

ଶୈଶବ ଯୌବନ ବାର୍ଦ୍ଧକ୍ୟ ପାବଚେ
ଚଢ଼ି ପହଞ୍ଚେ ମନୁଷ୍ୟ ଶୀର୍ଷରେ,
ମାନ ଅପମାନ କେବେ ସମ୍ପତ୍ତି ବିପତ୍ତି
ସାଥୀ ହୋଇ ରହିଥାନ୍ତି ଆମ ଜୀବନରେ ।

ମୁଢ଼ ମନୁଷ୍ୟ ପୂର୍ଣ୍ଣ କବଳିତ ଏଠି
ଲୋଭ ହିଂସା ମାୟା ଜାଲରେ,
ଦୁର୍ଲଭ ଜୀବନ କରି ଅପଯୋଗ
ପଶ୍ଚାତାପ କରିବସେ ପଶ୍ଚାତରେ ।

କେବେ ଶୁଭେ ଏଠି ସୁଖର ଉଲ୍ଲାସ
କେବେ ଶୁଭେ ଭୈରବର ଆର୍ତ୍ତନାଦ,
ଏନ୍ତୁଡ଼ିରୁ ଆରମ୍ଭ ହୋଇ ଜୁଇରେ ଶେଷ
ଏହି ତ ଜୀବନ ଦୋଳିର ନିନାଦ ।

– ରଶ୍ମୀବାଳା ଶତପଥୀ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ରଶ୍ମୀ ବାଳା ଶତପଥୀ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ, କବିତ ଆଦି ରଚନା କରିଥାନ୍ତି । ତାଙ୍କ ରଚିତ ଅନେକ ଗୁଡ଼ିଏ ଗପ, କବିତା ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶ ପାଇଛି ।