Odia Poem Purnachheda (ପୂର୍ଣ୍ଣଚ୍ଛେଦ) by Arpita Mishra

ପୂର୍ଣ୍ଣଚ୍ଛେଦ

ବେଳେବେଳେ ହୃଦୟର ଅଭିବ୍ୟକ୍ତି ଅଧାରୁ ନୀରବିଯାଏ, ପରିସ୍ଥିତି ଆଉ ଔପଚାରିକତାର ବାଦଲ ପଛରୁ ଅପେକ୍ଷା କରିଥାଏ ଗୋଟିଏ ସୁଯୋଗର; ଯେବେ ପୁଣି କାଳି ବୋଳି ହୋଇ ନିଜ ଅସ୍ତିତ୍ୱର ପ୍ରମାଣ ଦେଇପାରିବ ପୂର୍ଣ୍ଣଚ୍ଛେଦ ପଡ଼ିବା ଆଗରୁ । ମୁଁ ବି ବଞ୍ଚାଇ ରଖିଥାଏ କ୍ଷତବିକ୍ଷତ ଆଶାର ସ୍ପନ୍ଦନ, ଅଟକ ରଖିଥାଏ କାଗଜ ଉପରେ ମାଡ଼ିଯାଉଥିବା କଲମ ମୁନକୁ; କାଳେ ଗୋଟିଏ ପୂର୍ଣ୍ଣଚ୍ଛେଦ ପାଲଟିଯିବ ଗୋଟେ ଅଧା କାହାଣୀର ଲକ୍ଷ୍ମଣରେଖା !! ମଉନବ୍ରତୀ ସମ୍ପର୍କକୁ ବି ଅର୍ଦ୍ଧବିରାମର ସାହାରା…

ଅଧିକ ପଢ଼ନ୍ତୁ
Odia Poem Mo Gaan ra Basna (ମୋ ଗାଆଁର ବାସ୍ନା) by Manas Ranjan Nayak

ମୋ ଗାଆଁର ବାସ୍ନା

ଅତୀତ ଆଜି ଦଶନ୍ଧି ଦଶନ୍ଧି ତଳର ସେ ମାଦକୀୟ ଅଭୁଲା ମୂହୁର୍ତ୍ତ, ପ୍ରାପ୍ତି ଆତ୍ମତୃପ୍ତିର ଅମିମାଂସିତ ପ୍ରତିଦ୍ୱନ୍ଦିତାରେ ମନଟି ତୁଷାର୍ତ୍ତ, ଶୀତୁଆ ସକାଳେ ଗବାକ୍ଷ ଦେଇ ଛୁଟିଆସେ ଝରାଶେଫାଳୀର ବାସ୍ନା, ଗାଁ ମୁଣ୍ଡ ରାଧାମାଧବ ମନ୍ଦିରରୁ ଶୁଭୁଥାଏ ହରେ କ୍ରିଷ୍ଣା ହରେ କ୍ରିଷ୍ଣା । ରୋଷେଇ ଚାଳିରୁ ବୋହିଆସେ ବିରିଡାଲି ରସୁଣିଆ ଛୁଙ୍କ, ପଧାନପୁଅ ପାଖ ଗାଁ ମଉଛୁକ ଖାଇଯିବାକୁ ଧରେ ଝୁଙ୍କ, ଦଶହରା ଦୀପାବଳିର ପାର୍ବଣରେ ପୁଲକିତ ହୁଏ ପଲ୍ଲୀ ଜୀବନ, ଦନାସାହୁ ବାହୁନି କାନ୍ଦେ…

ଅଧିକ ପଢ଼ନ୍ତୁ
Odia Poem Nilambu Chilika Tire (ନୀଳାମ୍ବୁ ଚିଲିକା ତୀରେ) by Rudranarayan Panigrahi

ନୀଳାମ୍ବୁ ଚିଲିକା ତୀରେ

ନୀଳାମ୍ବୁ ଚିଲିକା ତୀରେ ରକ୍ତବର୍ଣ୍ଣା ରବିଙ୍କ ଜ୍ୟୋତିରେ ବିହଗ ବାହୁଡ଼ା ବେଳାରେ ସାୟଂ କାଳେ ପ୍ରଦୋଷ ସମୟେ ମୋ ମନର ଗହନ ବନରେ ଉଙ୍କିମାରେ ଅନେକ ପ୍ରଶ୍ନ ! ମନର ମେଦିନିପୁରରେ । ଯାଯାବରର ପ୍ରଳାପ କିଏ ମୁଁ, କ’ଣ ପାଇଁ ମୋର ଜନ୍ମ, କୂଳ ଲଙ୍ଘିବାକୁ କାଗଜ ଡଙ୍ଗାର ଅସରନ୍ତି ଅସମାପ୍ତ ସ୍ୱପ୍ନ, ମନର ସିନ୍ଧୁରେ ଆଶାର ଉର୍ମିରେ କୂଳ ଲଙ୍ଘେ ଆଜି କାଳର କିଙ୍କର । ନାବିକ ଭାଇର ଅମୃତ ସଂଗୀତ ଦୂର ଦେବାଳୟ…

ଅଧିକ ପଢ଼ନ୍ତୁ
Odia Poem Tuma Katha Lekhibaku (ତୁମ କଥା ଲେଖିବାକୁ) by Chittaranjan Barik

ତୁମ କଥା ଲେଖିବାକୁ

ତୁମ କଥା ଲେଖିବାକୁ ଏ କଲମର କାଳୀ ଇନ୍ଦ୍ରଧନୁର ବର୍ଣ୍ଣାଳୀ ଅଯୋଗ୍ୟ ବର୍ଣ୍ଣ ଦେବାକୁ ତୁମ କଥା ଲେଖିବାକୁ । ପୃଷ୍ଠ ଦେଶେ ସୁଷୁମ୍ନାକ ବାମ ପାଖରୁ ମସ୍ତିଷ୍କ ଆନ୍ଦୋଳିତ ଭାବିବାକୁ ତୁମ କଥା ଲେଖିବାକୁ । ବନ ମଧ୍ୟେ ଲାଜକୁଳୀ ଶରୀରରେ ସ୍ନାୟୁ ପୁଣି ଅଥୟ ସମ୍ୱେଦନା ଦେବାକୁ ତୁମ କଥା ଲେଖିବାକୁ । – ଚିତ୍ତରଞ୍ଜନ ବାରିକ ଚିତ୍ତରଂଜନ ବାରିକଚିତ୍ତରଂଜନ ବାରିକ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା…

ଅଧିକ ପଢ଼ନ୍ତୁ
Odia Poem Jahara (ଜହର) by Anasuya Panda

ଜହର

ଜହର କିସମ କିସମର, ଭିନ୍ନ ଭିନ୍ନ ରଙ୍ଗର ସେ ଚିହ୍ନେନି ଜାତି, ଧର୍ମ, ଭାଷା, ରଙ୍ଗ, ଧନୀ କି ଗରିବ ସେ ତ ମାତ୍ର ବେପାରଟିଏ ଛାତିଚିରା ଯନ୍ତ୍ରଣାର ଲୁଟି ନିଏ ଅଜସ୍ର କାମନା ସ୍ଵପ୍ନ ଅଞ୍ଜୁଳାଏ ବିଶ୍ୱାସର ଏବେତ ଏଠି କେବଳ ଜହର ଖାଦ୍ୟ ପାଣି ପବନରେ, ବିଷର ବଳୟ ଧଳା, ନୀଳ, ନାଲି ଯାହାର, ସତେ ଅବା ଅବିର ହୋଲିର ଇଏ ସବୁ ବିଦେଶୀ ଜହର, ସ୍ଵଦେଶୀ ଅଭିଯାନରେ ମହୁଲି, ହାଣ୍ଡିଆ, ଗଞ୍ଜେଇ, ଭାଙ୍ଗ…

ଅଧିକ ପଢ଼ନ୍ତୁ