Sanja Naingala Pare

ସଞ୍ଜ ନଇଁଗଲା ପରେ

ରୂପା ଜହ୍ନ ଆଲୁଅରେ ଆଖି ଇସାରା କରୁଛ ଥାଇ ଦୂରେ । ସେ ଆଖି ଇସାରେ ମନ ମୋ କଲ ଚୋରି ନିତିଦିନ ତୁମ ଛବି ମନ ମୋ ଝୁରେ । ସଞ୍ଜ ନଇଁ ଗଲା ପରେ … କୁରଙ୍ଗି ନୟନର ମଧୁ ଝରା କଟାକ୍ଷରେ ବୋହେ ମଳୟ ସମୀର ହୃଦୟେ ଧିରେ । ସଞ୍ଜ ନଇଁ ଗଲା ପରେ… ତେଜ ଦୀପ୍ତ ଅଙ୍ଗ ଦେଖି ନୟନ ଯାଏ ଝଲସି କିଏ ଗୋ ରୂପସୀ ତୁମେ ସାଜ ମାନସୀ । ସଞ୍ଜ ନଇଁ…

ଅଧିକ ପଢ଼ନ୍ତୁ
ଜହ୍ନତାତି

ଜହ୍ନରାତି

ଜଙ୍ଗଲି ଜହ୍ନଟି ଶୀତଳ ଶୀତଳ ଗାଁ ଜହ୍ନ ତାତି ମିଠା ସହର ଜହ୍ନର ତାତି ତ ପ୍ରଖର ନାହିଁ ସେଠି ମଧୁରତା । ଜଙ୍ଗଲର ସେହି ଶୀତଳ ଜ‌ହ୍ନଟି ଲାଗୁଛି ଭାରି ସରଳ, ଗାଆଁ ଜହ୍ନ ଆଜି ଦେହ ଜଳଉଛି ସତେ ତା’ ତାତି ପ୍ରବଳ । ସହରି ଜ‌ହ୍ନର ତାତି ତ ପ୍ରବଳ ସତେ ସୁରୁଜ ସମାନ ସେହି ତାତି ଆଜି ଲଗାଉଛି ନିଆଁ ଫିକା ଲାଗେ ତା’ ମନ । ନିଜ କିରଣରେ ଜଙ୍ଗଲି ଜ‌ହ୍ନଟି କରେ ସତେ…

ଅଧିକ ପଢ଼ନ୍ତୁ
ନୀରବତା ମୋ ନାୟିକା

ନୀରବତା ମୋ ନାୟିକା

ନୀରବତାକୁ ମୁଁ ବେଶି ଭଲପାଏ ନୀରବତା ମୋର ପ୍ରେମିକା ନୀରବତା ମୋ ନାୟିକା ଯିଏ ମୋ ଆଖିର ସୁନେଲୀ ସପନ ଜୀବନ ଗପର ନାୟିକା ॥ ଯଦି ବି ଏଠି ରାତିଗୁଡ଼ିକ ରଙ୍ଗ‌ହୀନ ନିଦମାନେ ନିରୁଦ୍ଧିଷ୍ଟ ସଖୀ ଅଜବ ଜୀବନ ରାସ୍ତା ତଥାପି ନିଜକୁ ଏକୁଟିଆ ମନେ କରିନି ନିଦ ନ ଆସିଲେ ଚାଲିଆସେ ଛାତ ଉପରକୁ କେବଳ ଦିଶେ ଜହ୍ନର ଚିତ୍ର ଥରେ ଆଖି ବୁଲେଇ ଚାହିଁଦେଲେ କୁଆଡ଼େ ହଜିଯାଏ ଏକାପଣ ॥ ନୀରବତାରେ ଯଦି…

ଅଧିକ ପଢ଼ନ୍ତୁ
ନାରୀ

ନାରୀ

ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ଜଣେ ନାରୀ ଆଉ ଜଣେ ପୁରୁଷ । (୧) ସରଳ ନିରୀହ ନାରୀର ମନ କଥାରେ ତା’ ବହେ ମଳୟ ପବନ । (୨) ଜନନୀ, ଜାୟା, ଭଗିନୀ ନାରୀ ହେବନାହିଁ ତାହାର କେ ସରି । (୩) ଅପୂର୍ବ ସୃଷ୍ଟି ସେ ଈଶ୍ୱରଙ୍କର ତୁଳନା ନାହିଁ କେହି ତାହାର । (୪) ରୂପ ସୌନ୍ଦର୍ଯ୍ୟ ଗୁଣରେ ତା’ର ବିମୋହିତ ହୁଏ ସାରା ସଂସାର । (୫) ନାରୀ ନୁହେଁ ଅବଳା, ଦୁର୍ବଳା ଯଦିଓ ଅଟେ ସେ ସହନଶୀଳା ।…

ଅଧିକ ପଢ଼ନ୍ତୁ
samayan

ସମୟ

କେବେ ହାତ ମୁଠାରେ କେବେ ବ‌ହୁ ଦୂରରେ କେବେ ନିଜ କଚଟିରେ ତ କେବେ ପଡ଼ିଶା ଘରେ… କେବେ ପାପୁଲି ରେଖାରେ କେବେ ବ‌ହି ଖାତାରେ କେବେ କଲମ ସ୍ୟାହିରେ ତ କେବେ ଦୀପ ଶିଖାରେ… କେବେ ସାରସ ପତରେ କେବେ ସୁଗନ୍ଧିତ ଅତରେ କେବେ ଝାଳୁଆ ବାସରେ ତ କେବେ ଆପଣାର ହସରେ… କେବେ ଭିକ୍ଷୁକର ଭିକରେ କେବେ ଅହଂକାର ଶିଖରେ କେବେ ଷ୍ଟ୍ରିଟ୍‌ଲାଇଟ୍ ପାଖରେ ତ କେବେ ଚିରନିଦ୍ରା ଆଖିରେ… – ସୌମ୍ୟରଞ୍ଜନ ପାଲ୍…

ଅଧିକ ପଢ଼ନ୍ତୁ