You are currently viewing ସଞ୍ଜ ନଇଁଗଲା ପରେ
ସଞ୍ଜ ନଇଁଗଲା ପରେ

ସଞ୍ଜ ନଇଁଗଲା ପରେ

ରୂପା ଜହ୍ନ ଆଲୁଅରେ
ଆଖି ଇସାରା କରୁଛ ଥାଇ ଦୂରେ ।
ସେ ଆଖି ଇସାରେ ମନ ମୋ କଲ ଚୋରି
ନିତିଦିନ ତୁମ ଛବି ମନ ମୋ ଝୁରେ ।
ସଞ୍ଜ ନଇଁ ଗଲା ପରେ …

କୁରଙ୍ଗି ନୟନର
ମଧୁ ଝରା କଟାକ୍ଷରେ
ବୋହେ ମଳୟ ସମୀର ହୃଦୟେ ଧିରେ ।
ସଞ୍ଜ ନଇଁ ଗଲା ପରେ…
ତେଜ ଦୀପ୍ତ ଅଙ୍ଗ ଦେଖି
ନୟନ ଯାଏ ଝଲସି
କିଏ ଗୋ ରୂପସୀ ତୁମେ ସାଜ ମାନସୀ ।
ସଞ୍ଜ ନଇଁ ଗଲା ପରେ…

ଆସ ଥରେ ଯାଅ ଛୁଇଁ
ମୁଁ ଯେ ପତଙ୍ଗଟେ ହୋଇ
ତୁମ ଉଜ୍ଜଳ ଶିଖାରେ ଯାଏ ମୁଁ ମିଶି ।
ସଞ୍ଜ ନଇଁ ଗଲା ପରେ…
ରୂପା ଜହ୍ନ ଆଲୁଅରେ
ଆଖି ଇସାରା କରୁଛ ଥାଇ ଦୂରେ ।
ସେଇ ଆଖି ଇସାରାରେ ମନ ମୋର କଲ ଚୋରି
ନିତିଦିନ ତୁମ ଛବି ମନ ମୋ ଝୁରେ ।
ସଞ୍ଜ ନଇଁ ଗଲା ପରେ…

କୃଷ୍ଣଚନ୍ଦ୍ର ଟିପିରିଆ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

କୃଷ୍ଣଚନ୍ଦ୍ର ଟିପିରିଆ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର କବିତା ରଚନା କରିଥାନ୍ତି । ତାଙ୍କ ରଚିତ କବିତା ଅନେକ ପତ୍ରପତ୍ରିକାରେ ସ୍ଥାନ ପାଇଛି ।