You are currently viewing ଦିଗହରା ବ୍ୟକ୍ତିତ୍ୱ
ଦିଗହରା ବ୍ୟକ୍ତିତ୍ୱ

ଦିଗହରା ବ୍ୟକ୍ତିତ୍ୱ

ଭିଡ଼ର ମୁଖ ଶଳାରେ
ନିରୀହ ବ୍ୟକ୍ତିତ୍ୱ ଖୋଜୁଛି ତା’ର ଠିକଣା,
କାହିଁ କେତେ ଦିନୁ ତୃଷ୍ନା ଭରି
ଅନ୍ତର କୋଣରେ ଘୁରି ବୁଲେ
ତାହା ସେ ଜାଣେନା……

ଇର୍ଷା କେବେ ବାଟ କାଟେ ତ
କେବେ ଭୟ ତା’ର କାୟା ମେଲେଇ
ଲୁଚାଇବାକୁ ଚାହେଁ ତା’ର ଅସ୍ତିତ୍ୱ,
କଇଁ କଇଁ କାନ୍ଦି ଗଡ଼ାଇ ଦିଏ ଅଦୃଶ୍ୟ ଲୁହ କେବେ
ତ ଗୁମୁରି ଗୁମୁରି ଝୁରି ହୋଇ ଥାଏ ସେ ବ୍ୟକ୍ତିତ୍ୱ…

ତଥାପି ସଂଗ୍ରାମ ସରିନାହିଁ ତା’ର
ଚାଲୁଅଛି ଅବିରତ,
ଶେଷ ନିଶ୍ୱାସ ଥିଲା ଯାଏ
ଦବି ନଯାଇ ପ୍ରସ୍ଫୁଟିତ ହେଉଥିବ ଏ ବ୍ୟକ୍ତିତ୍ୱ
ପ୍ରସ୍ଫୁଟିତ ହେଉଥିବା ଏ ବ୍ୟକ୍ତିତ୍ୱ ।

– ସସ୍ମିତା ସାହୁ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସସ୍ମିତା ସାହୁ ଜଣେ ଓଡ଼ିଆ ଗାଳ୍ପିକା ତଥା କବୟତ୍ରୀ, ଯିଏକି ଓଡ଼ିଆ ଭାଷାରେ ବିଭିନ୍ନ ଧରଣର ଗପ, କବିତା, କ୍ଷୁଦ୍ରଗଳ୍ପ ଆଦି ରଚନା କରନ୍ତି ।