You are currently viewing ନାରୀ
ନାରୀ

ନାରୀ

ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ
ଜଣେ ନାରୀ ଆଉ ଜଣେ ପୁରୁଷ । (୧)

ସରଳ ନିରୀହ ନାରୀର ମନ
କଥାରେ ତା’ ବହେ ମଳୟ ପବନ । (୨)

ଜନନୀ, ଜାୟା, ଭଗିନୀ ନାରୀ
ହେବନାହିଁ ତାହାର କେ ସରି । (୩)

ଅପୂର୍ବ ସୃଷ୍ଟି ସେ ଈଶ୍ୱରଙ୍କର
ତୁଳନା ନାହିଁ କେହି ତାହାର । (୪)

ରୂପ ସୌନ୍ଦର୍ଯ୍ୟ ଗୁଣରେ ତା’ର
ବିମୋହିତ ହୁଏ ସାରା ସଂସାର । (୫)

ନାରୀ ନୁହେଁ ଅବଳା, ଦୁର୍ବଳା
ଯଦିଓ ଅଟେ ସେ ସହନଶୀଳା । (୬)

ଶୀତ ବର୍ଷା କି ଖରା କାକର
ସବୁ ଅଟଇ ସମାନ ତା’ର । (୭)

ଜନନୀ ଅଟଇ ସେ ସୃଷ୍ଟିର
ତା’ ଜନ୍ମେ ଧନ୍ୟ ଏ ସଂସାର । (୮)

ଜନ୍ମଦାତ୍ରୀ ଅଟେ ସେ ସଂସାରର
ଧନ୍ୟ ଏ ସଂସାର ପାଇ କରୁଣା ତା’ର । (୯)

ହେ ନାରୀ ଘେନ ଏ ସମ୍ମାନ
ଚରଣେ ତୋହର କୋଟି ପ୍ରଣାମ । (୧୦)

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ପର୍ଶୁରାମ ସାହୁ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।