You are currently viewing ନୀରବତା ମୋ ନାୟିକା
ନୀରବତା ମୋ ନାୟିକା

ନୀରବତା ମୋ ନାୟିକା

ନୀରବତାକୁ ମୁଁ ବେଶି ଭଲପାଏ
ନୀରବତା ମୋର ପ୍ରେମିକା
ନୀରବତା ମୋ ନାୟିକା
ଯିଏ ମୋ ଆଖିର ସୁନେଲୀ ସପନ
ଜୀବନ ଗପର ନାୟିକା ॥

ଯଦି ବି ଏଠି ରାତିଗୁଡ଼ିକ ରଙ୍ଗ‌ହୀନ
ନିଦମାନେ ନିରୁଦ୍ଧିଷ୍ଟ ସଖୀ
ଅଜବ ଜୀବନ ରାସ୍ତା
ତଥାପି ନିଜକୁ ଏକୁଟିଆ ମନେ କରିନି
ନିଦ ନ ଆସିଲେ
ଚାଲିଆସେ ଛାତ ଉପରକୁ
କେବଳ ଦିଶେ ଜହ୍ନର ଚିତ୍ର
ଥରେ ଆଖି ବୁଲେଇ ଚାହିଁଦେଲେ
କୁଆଡ଼େ ହଜିଯାଏ ଏକାପଣ ॥

ନୀରବତାରେ ଯଦି ବି
ସ୍ୱପ୍ନମାନେ ସ୍ୱାର୍ଥପର
ମନ ଯଦି ମାୟାର ଚିତ୍ର
ପ୍ରତ୍ୟେକ ପ୍ରଶ୍ନର ଉତ୍ତର ମିଳେନା
ପ୍ରଶ୍ନ‌ଗୁଡ଼ିକ ଅସଜଡ଼ା ଅସଜଡ଼ା
ଉତ୍ତର ବି ସ‌ହଜ ହୁଏନା ॥

ଯଦି ବି ନୀରବତାରେ ମଜ୍ଜିଯାଇ
ଜ‌ହ୍ନକୁ ଦେଖିବାର ଅସୁବିଧା ହୁଏ
ଜହ୍ନ ତ ରାଗିଯାଏ ମୋ ଉପରେ
ଅଭିମାନ କରି କଳାବାଦଲ ତଳେ ଲୁଚିଯାଏ
ପୁଣି ଅଭିମାନ‌କୁ ଧିର କରି
ଶୀତଳ କିରଣ ଢାଳିଦିଏ ମୋ ମନରେ
କାରଣ ଆମ ଭିତରେ ଥିବା ବନ୍ଧୁତାକୁ
ଜହ୍ନ ଠିକ୍ ବୁଝିପାରେ ॥

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ରାମ କଲତା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ରଚନା କରିଥାନ୍ତି । ତାଙ୍କ ରଚିତ କିଛି ଗଳ୍ପ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନିତ ହୋଇଛି ।