ମାୟା

ମାୟା

ଥିଲା ଏ ନିରୀହ ସ୍ରୋତର ସମ୍ମୋହିତ ସାହା, ଥିଲା ଏ ଅଜ୍ଞାତ ସଂଭ୍ରମ ଅବିରତ ରାହା । ନ ଥିଲା କୁଶଭଦ୍ରା କୂଳେ ଦ୍ବିତୀୟ କିରଣ, ନିୟତି କୁଢ଼ାଇ ଦେଲା ବିଧୁରା ମରମ । ଅଦିନ କାଦମ୍ବିନୀରେ କଇଁସାରି ଲତା, ରସାଣ ସଲିଳେ କଳି କୁମୁଦର କଥା । ପ୍ରଦୋଷରେ ନୀଳୋତ୍ପଳ ବାରୁଣୀ ପୟରେ, ରମା ମୁଖେ ଲାବଣ୍ୟ ସେ ବିଲୋଳ ଅମ୍ବରେ ॥ କଳେବର ସୈାରଭ ସେ ପ୍ରକୃତିର ବ୍ୟାଜ, ଶିଥିଳକୃତ ସ୍ନିଗ୍ଧ ଏ ସୁରପୁର ସଜ୍ଜ । ଭବରଙ୍ଗ ମହୋଦଧି ଭ୍ରମର…

ଅଧିକ ପଢ଼ନ୍ତୁ
ସ୍ବାଧୀନ ପାଠକ

ସ୍ବାଧୀନ ପାଠକ

କେବେ କେମିତି କିଣା ହୋଇଥାଏ ହଜାରହଜାର ବହି କେଜାଣେ କେଉଁଠି ବଂଧାହୋଇ ଥାଆଂତି ସବୁ ରହି ମନ ଥିଲେ ବି ପାଠକ ଜଣେ ଗୋଟିଏ ବି ପାଏନାହିଁ ପାଠାଗାର୍‌ରୁ ଫେରି ଆସିଥାଏ ଖୁବ୍ ଦୁଃଖମନା ହୋଇ କାହିଁକି ନା ସବୁ ବୁଦ୍ଧିଆଳଗଣ ବହି ଥାଆଂତି ବାଛି ଜଣେ ବି ନାହିଢ଼ଁ ଯାହାର୍‌ ମନେ ଥାଏ ବହିପଢା ରୁଚି ଏହି ଢଂଗରେ ବହି କିଣାହେଲେ ମିଳେନାହିଁ ଉପକାର ସ୍ବାଧୀନ ପାଠକ ପାଇପାରେ ନାହିଢ଼ଁ ବହିପଢା ଅଧିକାର ବ୍ୟକ୍ତି ଉପରେ…

ଅଧିକ ପଢ଼ନ୍ତୁ
ସାତଟି ଶିଖାଣ

ସାତଟି ଶିଖାଣ

୧. ବଂଶ ଜାତି ଧର୍ମ ସଭିଏଁ ହାରିଲେ ଜିଣିଲା କାମ ଓ ସତ୍ୟ ବ୍ୟକ୍ତିର ନୀତି ସ୍ବଦେଶ ପ୍ରୀତି ବିଶ୍ବାସଭରା ତଥ୍ଯ ୨. ଗାଳି ଶୁଣି କେହି ଦବି ଯାଏନାହିଁ ସଭିଏଁ ପାରିଲେ ଦେଖି ବିରୋଧ ପାଇଁ ବିରୋଧ କଲେ ଲୋକେ ରହଂତି ସାକ୍ଷୀ ବୁଝଂତି ସବୁ ଚାଲାକି ୩. ନିଂଦା ଈର୍ଷା କୁତ୍ସା ସବୁ ପଳାଇଲେ ଉଡ଼ି ଥରକେ ଲୋକେ ଏହି ସବୁ ଦେଲେ ଝାଡ଼ି ୪. ପ୍ରାଦେଶିକ ନେତା ସାରା ଦେଶ କଥା କହି…

ଅଧିକ ପଢ଼ନ୍ତୁ
କାହାକୁ ମୁଁ ସମାଜ କହେ?

କାହାକୁ ମୁଁ ସମାଜ କହେ?

ଶିଶୁ ଶ୍ରମିକମାନଙ୍କ ହାତରେ, ଅସହାୟତାର ଇଟା ହୀନମନ୍ୟତାର ସିମେଣ୍ଟ ବୁହାଯାଇ ସଭ୍ୟ ସମାଜର ନିର୍ମାଣ କରାଯାଏ ସେଇ ସଭ୍ୟତାରେ ପୁଣି, ଭବିଷ୍ୟତ ରାସ୍ତା କଡ଼ ଅଳିଆ ଗଦାରେ ସଢ଼ୁଥାଏ ତା’କୁ ମୁଁ ମୋର ସମାଜ କହେ । ଅସଂଖ୍ୟ ଶିକ୍ଷାନୁଷ୍ଠାନ: କୁଢ଼କୁଢ଼ ଡିଗ୍ରୀଧାରୀ ଶବ ଅନ୍ଧବିଶ୍ୱାସ ଓ ଅସ୍ପୃଶ୍ୟତାକୁ ଜାବୁଡ଼ି ଧରି ସଚ୍ଚୋଟତାର ମୁଖାପିନ୍ଧା ଚରିତ୍ରଗୁଡ଼ାକ ଏଠି ନିଇତି ଏଣ୍ଡୁଅ ପରି ରଙ୍ଗ ବଦଳାଉଥାଏ ତା’କୁ ମୁଁ ମୋର ସମାଜ କହେ । ନାରୀ ସେ ନାରାୟଣୀ, ଜଗତଜନନୀ ଅଭୟ…

ଅଧିକ ପଢ଼ନ୍ତୁ
ଆସ ଆମେ ଯିବା

ଆସ ଆମେ ଯିବା

ଆସ ଆମେ ଯିବା ଆମ କଳ୍ପିତ ପୃଥିବୀକୁ, ଇପ୍ସିତ ସକାଳର ସୁନେଲି ଖରାରେ ବାଟ କାଢ଼ି, ରାତିର ଅନ୍ଧାରରେ ଆମର ଅସ୍ତିତ୍ବ ଖୋଜିବା ଶବ୍ଦର କୁହୁକରେ କବିତାର ଜାତକ ଲେଖିବା ତୁମର ପ୍ରତିଟି ‘ହଁ’ରେ ହିଁ ଆମେ କବିତା ଲେଖିବା, ପାହାନ୍ତି ସପନରେ ନୂଆ ଏକ ସକାଳର ଭବିଷ୍ୟ ଦେଖିବା, ରାତିର ନିରବତାରେ ସଞ୍ଜର ଇତିହାସ ପଢ଼ିବା ପବନର ଫିସଫିସରେ ପ୍ରେମର ବାର୍ତ୍ତାକୁ ଆମେ ସନ୍ତର୍ପଣେ ବୁଝି ନେବା, ନଈ ଏ ପାରି ଛିଡ଼ା ହୋଇ ଆର…

ଅଧିକ ପଢ଼ନ୍ତୁ