You are currently viewing ସ୍ବାଧୀନ ପାଠକ
ସ୍ବାଧୀନ ପାଠକ

ସ୍ବାଧୀନ ପାଠକ

କେବେ କେମିତି କିଣା ହୋଇଥାଏ
ହଜାର ହଜାର ବହି
କେଜାଣେ କେଉଁଠି ବଂଧାହୋଇ
ଥାଆଂତି ସବୁ ରହି

ମନ ଥିଲେ ବି ପାଠକ ଜଣେ
ଗୋଟିଏ ବି ପାଏନାହିଁ
ପାଠାଗାର୍‌ରୁ ଫେରି ଆସିଥାଏ
ଖୁବ୍ ଦୁଃଖମନା ହୋଇ

କାହିଁକି ନା ସବୁ ବୁଦ୍ଧିଆଳଗଣ
ବହି ଥାଆଂତି ବାଛି
ଜଣେ ବି ନାହିଢ଼ଁ ଯାହାର୍‌ ମନେ
ଥାଏ ବହିପଢା ରୁଚି

ଏହି ଢଂଗରେ ବହି କିଣାହେଲେ
ମିଳେନାହିଁ ଉପକାର
ସ୍ବାଧୀନ ପାଠକ ପାଇପାରେ ନାହିଢ଼ଁ
ବହିପଢା ଅଧିକାର

ବ୍ୟକ୍ତି ଉପରେ ଆଉ କେତେ ଦିନ
ଦେବେ ନିଜ ରୁଚି ଲଦି
ଯେମିତି ପ୍ରକାର କଲେ ବି ବିଚାର
ଏହା ବିପରୀତ ବୁଦ୍ଧି

ଛପାବହି ଯଦି ଅପଠିତ ରହେ
ବଢେ ସିନା ବ୍ୟବସାୟ
ଭାଷା ସାହିତ୍ୟର ସେହି ଦୁର୍ଦଶା
ଘଟେନାହିଁ ନବୋଦୟ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ପ୍ରଫୁଲ୍ଲ କୁମାର ତ୍ରିପାଠୀ, ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଜଣେ ଓଡ଼ିଆ ସାହିତ୍ୟିକ ଓ ଭାଷାବିତ୍ । ସମାଜରେ ଦେଖାଯାଉଥିବା ବିଭିନ୍ନ ପ୍ରକାରର ଦୁର୍ନୀତି, ଅନିୟମିତତା ଏବଂ ମାନବବାଦ ବିଷୟ ଉପରେ ତାଙ୍କ ରଚନା ଆଧାରିତ । ସେ ଓଡ଼ିଆ ଭାଷା ସାହିତ୍ୟର ତର୍ଜମା ଓ ଲିପିର ବିକାଶ ବିଷୟରେ ମଧ୍ୟ ଅନେକ ପୁସ୍ତକ ରଚନା କରିଛନ୍ତି ।