You are currently viewing ସ୍ବାଧୀନ୍‌ ପାଠକ୍‌
ସ୍ବାଧୀନ୍‌ ପାଠକ୍‌

ସ୍ବାଧୀନ୍‌ ପାଠକ୍‌

କେଭେଁ କେନ୍‌ତା ଘିନା ହଉଥିସି
ହଜାର୍‌ ହଜାର୍‌ ବହି
କେନ୍‌ ଗୁଟେ ଠାନେ ବଂଧା ହେଇ
ଥିସନ୍‌ ସବୁ ରହି

ମନ୍‌ ଥିଲେ ବି ପାଠକ୍‌ ଜନେ
ଗୁଟେ ବି ନାଇଁପାଇ
ପାଠାଗାର୍‌ନୁ ଫିରିଆଏସି
ବଡ଼ା ଦୁଖ୍‌ମନା ହେଇ

କାଁକରି ବଏଲେ ବୁଦ୍ଧିଆଲ୍‌ମାନେ
ବହି ସବୁ ଥିସନ୍‌ ବାଛି
ଜନେ ବି ନାଇଁ ଯାହାର୍‌ ମନେ
ଥିସି ବହିପଢା ରୁଚି

ଇନ୍‌ତା ଢଂଗେ ବହି ଘିନାହେଲେ
ନାଇଁମିଲେ ଉପ୍‌କାର୍‌
ସ୍ବାଧୀନ୍‌ ପାଠକ୍‌ ନାଇଁ ପାଇପାରେ
ବହିପଢା ଅଧିକାର୍‌

ବ୍ୟକ୍ତି ଉପ୍‌ରେ ଆରୁ କେତେ ଦିନ୍‌
ଦେବେ ନିଜର୍‌ ରୁଚି ଲଦି
ଯେନ୍‌ତେଇ ବି ବିଚାର୍‌ କଲେଁ
ଇଟା ଉଲ୍‌ଟିଆ ବୁଦ୍ଧି

ଛାପାବହି ଯଦି ଅପଢା ରହେଲା
ବଢ୍‌ସି ସିନେ ବ୍ୟବସାୟ୍‌
ଭାଷା ସାହିତ୍ୟର୍‌ ସେହି ଦୁର୍ଦଶା
ନାଇଁହୁଏ ନବୋଦୟ୍‌

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ପ୍ରଫୁଲ୍ଲ କୁମାର ତ୍ରିପାଠୀ, ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଜଣେ ଓଡ଼ିଆ ସାହିତ୍ୟିକ ଓ ଭାଷାବିତ୍ । ସମାଜରେ ଦେଖାଯାଉଥିବା ବିଭିନ୍ନ ପ୍ରକାରର ଦୁର୍ନୀତି, ଅନିୟମିତତା ଏବଂ ମାନବବାଦ ବିଷୟ ଉପରେ ତାଙ୍କ ରଚନା ଆଧାରିତ । ସେ ଓଡ଼ିଆ ଭାଷା ସାହିତ୍ୟର ତର୍ଜମା ଓ ଲିପିର ବିକାଶ ବିଷୟରେ ମଧ୍ୟ ଅନେକ ପୁସ୍ତକ ରଚନା କରିଛନ୍ତି ।