ମାୟା
ମାୟା

ମାୟା

ଥିଲା ଏ ନିରୀହ ସ୍ରୋତର ସମ୍ମୋହିତ ସାହା,
ଥିଲା ଏ ଅଜ୍ଞାତ ସଂଭ୍ରମ ଅବିରତ ରାହା ।

ନ ଥିଲା କୁଶଭଦ୍ରା କୂଳେ ଦ୍ବିତୀୟ କିରଣ,
ନିୟତି କୁଢ଼ାଇ ଦେଲା ବିଧୁରା ମରମ ।

ଅଦିନ କାଦମ୍ବିନୀରେ କଇଁସାରି ଲତା,
ରସାଣ ସଲିଳେ କଳି କୁମୁଦର କଥା ।

ପ୍ରଦୋଷରେ ନୀଳୋତ୍ପଳ ବାରୁଣୀ ପୟରେ,
ରମା ମୁଖେ ଲାବଣ୍ୟ ସେ ବିଲୋଳ ଅମ୍ବରେ ।।

କଳେବର ସୈାରଭ ସେ ପ୍ରକୃତିର ବ୍ୟାଜ,
ଶିଥିଳକୃତ ସ୍ନିଗ୍ଧ ଏ ସୁରପୁର ସଜ୍ଜ ।

ଭବରଙ୍ଗ ମହୋଦଧି ଭ୍ରମର ନୟନେ,
ମାୟାକାର ରଜ୍ଜୁ କୋଳେ ମାୟା ଏ ନିର୍ଜନେ ।

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

Leave a Reply

Close Menu