You are currently viewing ସାତଟି ଶିଖାଣ
ସାତଟି ଶିଖାଣ

ସାତଟି ଶିଖାଣ

୧. ବଂଶ ଜାତି ଧର୍ମ ସଭିଏଁ ହାରିଲେ
ଜିଣିଲା କାମ ଓ ସତ୍ୟ
ବ୍ୟକ୍ତିର ନୀତି ସ୍ବଦେଶ ପ୍ରୀତି
ବିଶ୍ବାସଭରା ତଥ୍ଯ

୨. ଗାଳି ଶୁଣି କେହି ଦବି ଯାଏନାହିଁ
ସଭିଏଁ ପାରିଲେ ଦେଖି
ବିରୋଧ ପାଇଁ ବିରୋଧ କଲେ
ଲୋକେ ରହଂତି ସାକ୍ଷୀ
ବୁଝଂତି ସବୁ ଚାଲାକି

୩. ନିଂଦା ଈର୍ଷା କୁତ୍ସା ସବୁ ପଳାଇଲେ ଉଡ଼ି
ଥରକେ ଲୋକେ ଏହି ସବୁ ଦେଲେ ଝାଡ଼ି

୪. ପ୍ରାଦେଶିକ ନେତା ସାରା ଦେଶ କଥା
କହି ହୋଇଗଲେ କ୍ଳାଂତ
କ’ଣ ହୁଏ ଯେ ଦେଖିଲ ଏ ପର୍ଯଂତ

୫. ଜିଭକୁ ନ କଲେ ଆୟତ୍ତ
ମିଳି ନ ପାରେ ଲୋକମତ

୬. କଥା କହିକହି ସଭିଏଁ ହାରିଲେ
କାମ କରିକରି ଜିତିଲେ
କିଛି ମିଳେନାହିଁ ପାଟିତୁଂଡ କରି
ଗଂଡଗୋଳରେ ମାତିଲେ

୭. ଜିତୁ ଆଉ ହାରୁ ଦଳ
ପାଇଲେ କାମର ଫଳ
ଅନ୍ୟ ଦଳର ନାମଗଂଧ ନାହିଁ
ହେଉଛଂତି କଲବଲ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ପ୍ରଫୁଲ୍ଲ କୁମାର ତ୍ରିପାଠୀ, ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଜଣେ ଓଡ଼ିଆ ସାହିତ୍ୟିକ ଓ ଭାଷାବିତ୍ । ସମାଜରେ ଦେଖାଯାଉଥିବା ବିଭିନ୍ନ ପ୍ରକାରର ଦୁର୍ନୀତି, ଅନିୟମିତତା ଏବଂ ମାନବବାଦ ବିଷୟ ଉପରେ ତାଙ୍କ ରଚନା ଆଧାରିତ । ସେ ଓଡ଼ିଆ ଭାଷା ସାହିତ୍ୟର ତର୍ଜମା ଓ ଲିପିର ବିକାଶ ବିଷୟରେ ମଧ୍ୟ ଅନେକ ପୁସ୍ତକ ରଚନା କରିଛନ୍ତି ।