Odia Poem Ichchha Hue (ଇଚ୍ଛା ହୁଏ) by Chikun Panda

ଇଚ୍ଛା ହୁଏ

ଇଚ୍ଛା ହୁଏ କୁହୁଡ଼ି ଚାଦର ଘୋଡ଼େଇ ଚାନ୍ଦର ଟିକିଲି ନାଇ ନବ ବଧୂ ସାଜିବାକୁ ଇଚ୍ଛା ହୁଏ ରାତିର ଅନ୍ଧକାରକୁ ଆଖିର କଜଳ କରି ଆଖିକୁ ସୁନ୍ଦର କରିବାକୁ । ଇଚ୍ଛା ହୁଏ ଗୋଲାପୀ ଓଠରେ ବିନ୍ଦୁ ବିନ୍ଦୁ କାକର ଟୋପାର ଶୀତଳ ସ୍ପର୍ଶକୁ ଅନୁଭବ କରିବାକୁ । ଇଚ୍ଛା ହୁଏ ସହଶ୍ର ତାରାଙ୍କ ରଙ୍ଗୀନ ଆଲୋକରେ ରାତିକୁ ରଙ୍ଗୀନ କରିବାକୁ । ଇଚ୍ଛା ତ ଅସୁମାରୀ ରାଜକୁମାରୀଟିଏ ଅଦିନରେ ବି ପଦ୍ମ ଫୁଟାଏ । – ଚିକୁନ ପଣ୍ଡା ଚିକୁନ ପଣ୍ଡାଚିକୁନ…

ଅଧିକ ପଢ଼ନ୍ତୁ
Odia Poem Prakruti (ପ୍ରକୃତି) by Sasmita Nayak

ପ୍ରକୃତି

ଦିନ ବଦଳିଛି ଯୁଗ ବଦଳିଛି ବଦଳି ନାହିଁ ପ୍ରକୃତି ମା’ ଏଇ ମାନବ ଜାତିଟା କରୁଛି କଳ୍ପନା ଦୋଷ ହେଇଥାଏ ଯୁଗର ନା ॥ ଦେଖିବାକୁ ଏଠି ସବୁ ସତ୍ୟବାନ୍ ନାରୀ ସାଜେ ଏଠି ବେଶ୍ୟା ॥ ଗୁରୁ ଗୁରୁଜନ କେହି ନମାନିଲେ ମୁଖେ ରଖିଲେନି ଲଜ୍ୟା ॥ ପ୍ରେମ ପ୍ରେମ ବୋଲି ମୁଖେ ବୋଲିଥାନ୍ତି ହୃଦେ ନାହିଁ ଟିକେ ଚିନ୍ତା ॥ ପୀରତି ଖେଳରେ ମାତି ଉଠୁଥାନ୍ତି ପିଲା ଛୁଆ ମାତା ପିତା ॥ –…

ଅଧିକ ପଢ଼ନ୍ତୁ
Odia Poem Swapna (ସ୍ୱପ୍ନ) by Sasmita Nayak

ସ୍ୱପ୍ନ

ସ୍ୱପ୍ନ କେବେ ଦୂର ପହାଡ଼ର ଶୀର୍ଷରେ, ମୁଁ ଦୀପ ଶିଖାଟିଏ ॥ ସ୍ୱପ୍ନ କେବେ ନିଘଞ୍ଚ ପ୍ରହରର ସପ୍ତ ରଙ୍ଗ ଭରା ରଙ୍ଗୀନ ଦୁନିଆଟିଏ ॥ ସ୍ୱପ୍ନ ଦରିଆ ଲହରୀର ମୁଁ ଦ୍ୱୀପପୁଞ୍ଜ ଦେବୀ ପ୍ରତିମାଟିଏ ॥ ସ୍ୱପ୍ନ କେବେ ସାଜେ ଶୁନ୍ୟ ହୃଦୟର ରାଣୀ ମହୁମାଛିଟିଏ ॥ କେବେ ସାଜିଥାଏ ପରି ରାଇଜର ମଉନାବତୀଟିଏ ॥ କେବେ ପୁଣି ବଡ଼ ବଡ଼ ଆଶା ରାଜା ଉଆସର ସ୍ୱୟମ୍ବର ସଜା ରାଜ କନ୍ୟାଟିଏ ॥ କେବେ ପୁଣି…

ଅଧିକ ପଢ଼ନ୍ତୁ
Odia Poem Kumara Punein Janha (କୁଆଁର ପୁନେଇଁ ଜହ୍ନ) by Sushree Sangita Sethy

କୁଆଁର ପୁନେଇଁ ଜହ୍ନ

କୁଆଁର ପୁନେଇଁ ଜହ୍ନ କୁଆଁରୀ ମନ ଛନଛନ, ବେଗେ ବନ୍ଦେଇବାକୁ ଚାନ୍ଦ ଝିଅଙ୍କ ମନ ଯେ ଉଚ୍ଛନ୍ନ । ନୂଆ ଜାମା ପିନ୍ଧି ସଜ ଝିଅଙ୍କ ପରା ଏ ଉତ୍ସବ, କୁମାର ମିଳିବେ ମନପସନ୍ଦର ସେଥିପାଇଁ ଏ ଓଷା, ପରବ । କୁଆଁର ପୁନେଇଁ ଚାନ୍ଦ ଖୁସି ନେଇ ଉଦୟ ହେବ, ଝିଅଙ୍କୁ ଦେଇ ଆଶିଷ ତାଙ୍କ ମନବାଞ୍ଛା ପୂର୍ଣ୍ଣ କରିବ । ନଡ଼ିଆ, ଖସାଲଡ଼ୁ, ତାଳଗଜା ସାଥେ କୁଆଁର ପୁନେଇଁ ପସରା, କଦଳୀ, ଆଖୁ, ଉଖୁଡ଼ା, ଗୁଡ଼ରେ ଚାନ୍ଦ ତିଆରି…

ଅଧିକ ପଢ଼ନ୍ତୁ
Odia Poem Maa ra Parba (ମା'ର ପର୍ବ) by Sushree Sangita Sethy

ମା’ର ପର୍ବ

ଧବଳ ଆକାଶ ଶ୍ୱେତ କାଶତଣ୍ଡୀ ସ୍ୱଚ୍ଛ ନିର୍ମଳ ଶରତେ, ଦୁର୍ଗତିନାଶିନୀ, ମହିଷାମର୍ଦ୍ଦିନୀ ମା’ ଧରାକୁ ପାଦ ଥାପେ ! କାଶତଣ୍ଡୀ ସଜାଇ ତା’ ବାଟ ଗାଏ ଆସ ମାଏ ଆସ ବେଗେ, ଏ ଧରା, ଗଗନ ପ୍ରକମ୍ପିତ ହେଉ ତୁମ ଜୟକାର ନାଦେ ! ଶଙ୍ଖ, ଘଣ୍ଟ ଧ୍ୱନି, ଅଗୁର, କର୍ପୂରେ ଶୁଦ୍ଧ ହେଉ ଏ ସଂସାର, ନାଶ ହେଉ ସବୁ ନକାରାତ୍ମକ ଶକ୍ତି ଭରିଯାଉ ଆଶିଷେ ଅଗଣା, ଘର ! ମୁଖରିତ ହେଉ ଗାଁ ଦାଣ୍ଡ ଉତ୍ସବେ ମାତି କୋଳାହଳ…

ଅଧିକ ପଢ଼ନ୍ତୁ