You are currently viewing ପ୍ରକୃତି
Odia Poem Prakruti (ପ୍ରକୃତି) by Sasmita Nayak

ପ୍ରକୃତି

ଦିନ ବଦଳିଛି ଯୁଗ ବଦଳିଛି
ବଦଳି ନାହିଁ ପ୍ରକୃତି ମା’
ଏଇ ମାନବ ଜାତିଟା
କରୁଛି କଳ୍ପନା
ଦୋଷ ହେଇଥାଏ ଯୁଗର ନା ॥

ଦେଖିବାକୁ ଏଠି
ସବୁ ସତ୍ୟବାନ୍
ନାରୀ ସାଜେ ଏଠି ବେଶ୍ୟା ॥

ଗୁରୁ ଗୁରୁଜନ
କେହି ନମାନିଲେ
ମୁଖେ ରଖିଲେନି ଲଜ୍ୟା ॥

ପ୍ରେମ ପ୍ରେମ ବୋଲି
ମୁଖେ ବୋଲିଥାନ୍ତି
ହୃଦେ ନାହିଁ ଟିକେ ଚିନ୍ତା ॥

ପୀରତି ଖେଳରେ
ମାତି ଉଠୁଥାନ୍ତି
ପିଲା ଛୁଆ ମାତା ପିତା ॥

– ସସ୍ମିତା ନାୟକ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସସ୍ମିତା ନାୟକ ପୁରୀ ଜିଲ୍ଲାର କାକଟପୁର ସ୍ଥିତ ନାଇଗୁଆଁର ବାସିନ୍ଦା । ସେ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।