You are currently viewing ଇଚ୍ଛା ହୁଏ
Odia Poem Ichchha Hue (ଇଚ୍ଛା ହୁଏ) by Chikun Panda

ଇଚ୍ଛା ହୁଏ

ଇଚ୍ଛା ହୁଏ
କୁହୁଡ଼ି ଚାଦର ଘୋଡ଼େଇ
ଚାନ୍ଦର ଟିକିଲି ନାଇ
ନବ ବଧୂ ସାଜିବାକୁ

ଇଚ୍ଛା ହୁଏ
ରାତିର ଅନ୍ଧକାରକୁ
ଆଖିର କଜଳ କରି
ଆଖିକୁ ସୁନ୍ଦର କରିବାକୁ ।

ଇଚ୍ଛା ହୁଏ
ଗୋଲାପୀ ଓଠରେ
ବିନ୍ଦୁ ବିନ୍ଦୁ କାକର ଟୋପାର
ଶୀତଳ ସ୍ପର୍ଶକୁ ଅନୁଭବ କରିବାକୁ ।

ଇଚ୍ଛା ହୁଏ
ସହଶ୍ର ତାରାଙ୍କ
ରଙ୍ଗୀନ ଆଲୋକରେ
ରାତିକୁ ରଙ୍ଗୀନ କରିବାକୁ ।

ଇଚ୍ଛା ତ ଅସୁମାରୀ ରାଜକୁମାରୀଟିଏ
ଅଦିନରେ ବି ପଦ୍ମ ଫୁଟାଏ ।

– ଚିକୁନ ପଣ୍ଡା

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଚିକୁନ ପଣ୍ଡା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।