You are currently viewing କୁଆଁର ପୁନେଇଁ ଜହ୍ନ
Odia Poem Kumara Punein Janha (କୁଆଁର ପୁନେଇଁ ଜହ୍ନ) by Sushree Sangita Sethy

କୁଆଁର ପୁନେଇଁ ଜହ୍ନ

କୁଆଁର ପୁନେଇଁ ଜହ୍ନ
କୁଆଁରୀ ମନ ଛନଛନ,
ବେଗେ ବନ୍ଦେଇବାକୁ ଚାନ୍ଦ
ଝିଅଙ୍କ ମନ ଯେ ଉଚ୍ଛନ୍ନ ।

ନୂଆ ଜାମା ପିନ୍ଧି ସଜ
ଝିଅଙ୍କ ପରା ଏ ଉତ୍ସବ,
କୁମାର ମିଳିବେ ମନପସନ୍ଦର
ସେଥିପାଇଁ ଏ ଓଷା, ପରବ ।

କୁଆଁର ପୁନେଇଁ ଚାନ୍ଦ
ଖୁସି ନେଇ ଉଦୟ ହେବ,
ଝିଅଙ୍କୁ ଦେଇ ଆଶିଷ
ତାଙ୍କ ମନବାଞ୍ଛା ପୂର୍ଣ୍ଣ କରିବ ।

ନଡ଼ିଆ, ଖସାଲଡ଼ୁ, ତାଳଗଜା ସାଥେ
କୁଆଁର ପୁନେଇଁ ପସରା,
କଦଳୀ, ଆଖୁ, ଉଖୁଡ଼ା, ଗୁଡ଼ରେ
ଚାନ୍ଦ ତିଆରି ହୁଏ ପରା ।

ବୃନ୍ଦାବତୀଙ୍କୁ କରନ୍ତି ପୂଜା
କଇଁ ଫୁଲେ ସଜାଇ ଚଉଁରା,
ତିଆରି କରି ଜହ୍ନିରେ ଘୋଡ଼ା
କି ସୁନ୍ଦର ଏ ଓଡ଼ିଆ ପରମ୍ପରା !

ଚାନ୍ଦ ବନ୍ଦେଇବା ପାଇଁ
ସନ୍ଧ୍ୟା ନ ହେଉଣୁ ମେଳି ହୁଏ,
ପୂଜା ସାରି ଝିଏ ମେଳି କରନ୍ତି
ଫୁଲ ବଉଳବେଣୀ ଦାଣ୍ଡ ଦୁଲୁକାଏ ।

ଫେରନ୍ତି ଝିଏ ଯେଝା ଘର
ଏହି ପରି ମଜା ମଉଜ ସାରି
ଆନନ୍ଦ ମନ ଯେ ସଭିଙ୍କର
ଏ ଓଷାର ମାହାତ୍ମ୍ୟ ଏହିପରି ।

– ସୁଶ୍ରୀ ସଙ୍ଗୀତା ସେଠୀ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସୁଶ୍ରୀ ସଙ୍ଗୀତା ସେଠୀ ଓଡ଼ିଆ ଭାଷାରେ ବିଭନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରିଥାନ୍ତି । ତାଙ୍କ ରଚିତ ପ୍ରସଙ୍ଗଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇଛି ।