Odia Poem Asa Ke Kutika Chita (ଆସ କେ କୁଟିବ ଚିତା) by Sasmita Pradhan

ଆସ କେ କୁଟିବ ଚିତା

ପସରା ମୁଣ୍ଡେଇ କେଲୁଣୀ ବୁଢ଼ୀ ଆସ ଝିଅ, ବୋହୂ ଛାଡ଼ଇ ରଡ଼ି ॥ ଆସ କେ କୁଟିବ ଦେହରେ ଚିତା ରାଧାକୃଷ୍ଣ ଅବା ଶ୍ରୀରାମ ସୀତା ॥ ଥିରି ଥିରି କରି ଦେବି ମୁଁ କୁଟି ରହିଥିବ ସଦା ଅଭୁଲା ସ୍ମୃତି ॥ ପିମ୍ପୁଡି କାଟିଲା ପରି ଲାଗିବ ଦିନେ ଦୁଇ ଦିନ ପୀଡ଼ା ରହିବ ॥ ତା’ପରେ ଦିଶିବ ଭାରି ସୁନ୍ଦର ଝଟକୁ ଥିବ ସେ ଦେହେ ତୁମର ॥ ଚିତା କୁଟା ମୋର କୁଳ…

ଅଧିକ ପଢ଼ନ୍ତୁ
Odia Poem Cha Cup re Prema (ଚା' କପ୍‌ରେ ପ୍ରେମ) by Tika Govind

ଚା’ କପ୍‌ରେ ପ୍ରେମ

କେବଳ ଝଡ଼ ଉଠେନି, ଅପେକ୍ଷିତ ହୃଦୟଟେ ମିଳିଲେ ଚା’ କପରେ ପ୍ରେମ ବି ହୁଏ । ଆଖିରେ ଦେଖି ହୁଏ ଉତୁରୁଥିବା ପ୍ରେମ ଆଙ୍ଗୁଠିରେ ଛୁଇଁହୁଏ ଉଷ୍ମତା, ଓଠରେ ଚାଖି ହୁଏ ସ୍ୱାଦ, କେବଳ ଅନୁଭବ ହିଁ କରିହୁଏ ହୃଦୟର ଅଭ୍ୟନ୍ତରକୁ ଛୁଉଁଥିବା ସେ ମିଠା ଗୋଟେ ବାସ୍ନା । ଠିକ ସେଥିପାଇଁ ବୋଧେ କେହି ଜଣେ ଦେଖା ହେଲେ ହିଁ ପାଟିରୁ ବାହାରେ “ଗୋଟେ କପ୍ ଚା’ ହେଇଯାଉ?” – ଟିକାଗୋବିନ୍ଦ ମହାନ୍ତ ଟିକା ଗୋବିନ୍ଦଟିକା ଗୋବିନ୍ଦ ଓଡ଼ିଆ…

ଅଧିକ ପଢ଼ନ୍ତୁ
Odia Poem Khoje Mun Tumaku (ଖୋଜେ ମୁଁ ତୁମକୁ) by Basumati Sahoo

ଖୋଜେ ମୁଁ ତୁମକୁ

ଖୋଜେ ମୁଁ ତୁମକୁ ତୁମ ହାତରେ ହାତ ଛନ୍ଦିବାକୁ ପାଦରେ ପାଦ ମିଶେଇ ଚାଲିବାକୁ କହିବା ପୂର୍ବରୁ କଷ୍ଟ ଜାଣିବାକୁ । ଖୋଜେ ମୁଁ ତୁମକୁ ମୋ ଅର୍ଥହୀନ କଥାରେ ହସିବାକୁ ଦୁଃଖକୁ ମୋର ଅନୁଭବ କରିବାକୁ ଆଖି ଦେଖି ମନ କଥା ପଢ଼ିବାକୁ । ଖୋଜେ ମୁଁ ତୁମକୁ ରାଗିବା ପର୍ଯ୍ୟନ୍ତ ରଗେଇବାକୁ ଟିକିଏ ଖୁସିରେ ମନେ ପକେଇବାକୁ ନିଷ୍ପତ୍ତି ନେବା ଆଗରୁ ପଚାରିବାକୁ । ଖୋଜେ ମୁଁ ତୁମକୁ ସବୁ କଥାରେ ମୋ ସହ ଯୁକ୍ତି କରିବାକୁ ଟିକେ…

ଅଧିକ ପଢ଼ନ୍ତୁ
Odia Poem Mun Chalijiba Pare (ମୁଁ ଚାଲିଯିବା ପରେ) by Sunita Patel

ମୁଁ ଚାଲିଯିବା ପରେ

ମୁଁ ଚାଲିଯିବା ପରେ ତୁ ନିଜକୁ ଭୁଲିଯିବୁ ଜାଣିଥିଲେ ମୁଁ ବଞ୍ଚିବା ପାଇଁ ଆହୁରି ସଂଘର୍ଷ କରିଥାନ୍ତି, ହଁ ଟିକିଏ କଷ୍ଟ ତ ହୋଇଥାନ୍ତା ହେଲେ ତୋ’ ପାଇଁ ଖୁସିରେ ହସି ହସି ସହି ଯାଇଥାନ୍ତି । ମୁଁ ଚାଲିଯିବା ପରେ ନା ହାତରେ ଚୁଡ଼ି ନା ମଥାରେ ଟିକିଲି ନା ପାଦରେ ତୋ’ର ପାଉଁଜି ଅଛି, ବୋଧେ ମୁଁ ଯିବାପରେ ମୋ ସ୍ମୃତିସବୁ ପାଷାଣ ପାଲଟିଛି, ସେଥିପାଇଁ ତୁ ସେସବୁ ନିଜଠାରୁ ଦୂରେଇ ଦେଇଛୁ । ମୁଁ ଚାଲିଯିବା…

ଅଧିକ ପଢ଼ନ୍ତୁ
Odia Poem Kasturi (କସ୍ତୁରୀ) by Binay Mohapatra

କସ୍ତୁରୀ

କାହାକୁ ଖୋଜୁଛୁ? ମୁଁ ଯିଏ, ତୁ ବି’ ସିଏ, କେବଳ ଫରକ୍ ଏତିକି ମୁଁ ମୋତେ ଜାଣିଛି ତୁ ତୋ’ ନିଜକୁ ଜାଣିବା ଏବେ ମଧ୍ୟ ବାକି ରହି ଅଛି । ନିଜର ସତ୍ତାକୁ ଭୁଲି, ଭ୍ରମରେ ଏ ମଣିଷ ନିଜେ ନିଜକୁ ଖୋଜୁଛି । ଅନନ୍ତ କୋଟି ବ୍ରହ୍ମାଣ୍ତ ମୁଁ ଯେ ତୋ’ ଅନ୍ତରେ ସ୍ଥାପିଛି ମୋତେ ଥରେ ନୁହେଁ କେତେ ଥର ମୁହଁ ଖୋଲି ପ୍ରମାଣ ଦେବାକୁ ପଡ଼ିଥିଲା, ତୋତେ କିନ୍ତୁ, ତୋ’ ନିଜ ପରିଚୟ ଆଜି…

ଅଧିକ ପଢ଼ନ୍ତୁ