Odia Poem Kie Se (କିଏ ସେ) by Ganesh Prusty

କିଏ ସେ?

କିଏ ଆଙ୍କି ଦେଲା ନୀଳ ଆକାଶର କାନ୍‌ଭାସ୍‌ରେ ଧଳା ବାଦଲର ଛବି? କିଏ ଭରି ଦେଲା ମାନସ ପଟଳେ ପ୍ରେମ ଭରା ମିଠା ଗୀତି? କାହାଲାଗି ସଜା ସୁନ୍ଦର ଦୁନିଆ ଆତ ଜାତ ଚନ୍ଦ୍ର ରବି? ଖୋଜିଲି ଅନେକ… ସେ ଅଦୃଶ୍ୟ ପ୍ରତିମାକୁ ପାରିଲିନି କେବେ ଦେଖି । ହୃଦ୍‌ବୋଧ ହେଲା ସବୁ ତ ତାଙ୍କର ସେ ସ୍ରଷ୍ଟା ସେ ସୃଷ୍ଟି । ସର୍ବତ୍ର ବିଦିତ ଅସୀମ ଅନନ୍ତ ନାହିଁ ତାଙ୍କ ପ୍ରତିଛବି । – ଗଣେଶ…

ଅଧିକ ପଢ଼ନ୍ତୁ
Odia Story Premikara Atma (ପ୍ରେମିକାର ଆତ୍ମା) by Chikun Panda

ପ୍ରେମିକାର ଆତ୍ମା

ବହୁତ ଦିନ ତଳର ଘଟଣା, ରାଜା ରାଜୁଡ଼ା ଅମଳର କଥା । ଗୋଟିଏ ଗାଁରେ ଜଣେ ଜମିଦାର ଥିଲେ । ଜମିଦାର ବାବୁଙ୍କ ଗୋଟିଏ ବୋଲି ଅଲିଅଳି ଝିଅଟିଏ ଥିଲା । ଝିଅର ଝୁଣ୍ଟିଆ ହଜିଲେ ସାତ ଖଣ୍ଡ ମୌଜା ଖୋଜା ପଡ଼େ । ଗୋଟିଏ ଚାଉଳରେ ଗଢ଼ା; ରୂପରେ ଯେମିତି ଗୁଣରେ ସେମିତି । ସେଇ ଗାଁ’ର ପୁଅଟିଏ ତା’ ନାଆଁ ରାଜା । ବହୁତ୍ ସାଧାସିଦା ଆଉ ସରଳ ପିଲାଟିଏ । ମାଛିକୁ ମ…

ଅଧିକ ପଢ଼ନ୍ତୁ
Odia Poem Alekha Atita (ଅଲେଖା ଅତୀତ) by Abhay Kumar Panda

ଅଲେଖା ଅତୀତ

ନିଦାଘ ରବିଙ୍କ ଉତ୍ତପ୍ତ କିରଣ, ଆକାଶେ ଶାଗୁଣା, ଚିଲ ସମ୍ମେଳନ । ପବନେ ଭାସୁଛି ଶବ୍ଦ ବିକଟାଳ, ରକ୍ତସ୍ନାତ ମହୀ ଦିଶୁଛି ଉଜ୍ୱଳ ॥ ବସନ୍ତ ପବନେ ରକ୍ତଭିଜା ଗନ୍ଧ, ସୂଚନା ଦେଉଛି ସରିଛି ଏ ଯୁଦ୍ଧ । ଭୂପତିତ ସେହି ଶବର ସମ୍ଭାର, ଲେଖିଛି ଘଟଣାକ୍ରମ ଏ ଯୁଦ୍ଧର ॥ ଶିରହୀନ କେତେ ଅନାମିତ ନର, ସାଜିଛନ୍ତି ଆଜି ଲହୁର ସାଗର । ଲହୁରେ ପ୍ରସ୍ତୁତ ତିଳକ ଲଗାଇ, ଆଜି କେହିଜଣେ ହୋଇଛି ବିଜୟୀ ।…

ଅଧିକ ପଢ଼ନ୍ତୁ
Odia Poem Hajigala (ହଜିଗଲା) by Niranjan Pande

ହଜିଗଲା

ଶିକ୍ଷାରୁ ଚରିତ୍ର, କର୍ମ ଅପବିତ୍ର, ସମାଜର ହିତ ହଜିଗଲା; ଉଚ୍ଚ ଶିକ୍ଷା ନେଇ, ବଡ଼ ପଦ ପାଇ, ମାନବତା କାଇଁ ହଜିଗଲା? ସ୍ୱାଭିମାନୀ ହୋଇ, ଶାଗପେଜ ପିଇ, ଆନନ୍ଦେ ଚଳିବା ହଜିଗଲା; ଦରମା ଗୋଟେଇ, ଉପୁରି କମେଇ, ଆହୁରି ନିଅଣ୍ଟ ରହିଗଲା । ପରିବାର ପାଇଁ, ରାତିଦିନ ଧାଇଁ, ସପନର ଘର ଗଢ଼ି ଥିଲା; ବାପାକୁ ଦୂରେଇ, ମାଆକୁ ଦୂରେଇ, ବୃଦ୍ଧାଶ୍ରମେ ପୁଅ ଛାଡ଼ିଦେଲା । ଝିଣ୍ଟିକା ମାରଇ, ବଣିକୁ ପୋଷଇ, ଅଜ୍ଞାନ ଅନ୍ଧାରେ ହଜିଗଲା; ଧର୍ମକୁ…

ଅଧିକ ପଢ଼ନ୍ତୁ
Odia Poem Swagatam Sarat (ସ୍ୱାଗତମ୍ ଶରତ) by Kalyani Nanda

ସ୍ୱାଗତମ୍ ଶରତ

ପାହାନ୍ତିଆ ନରମ ସକାଳରେ, ହରିତ କୋମଳ ଦୁର୍ବାଦଳେ, ନରମ ନରମ ଫୁଲ ପାଖୁଡ଼ାରେ, ଚିକମିକି ତୁହିନାଂଶୁ ହସିଦେଇ କୁହେ, ଶରତ ଆସୁଛି… ଶରତ ଆସୁଛି… ଶରତ ଆସୁଛି । ସବୁଜ କ୍ଷେତର ଧାରେ ଧାରେ, ମଥା ଦୋହଲାଇ କାଶତଣ୍ଡୀ ବାଆ ସାଥେ, ମାଆ ଜଗତ୍ ଜନନୀଙ୍କୁ ସ୍ୱାଗତ ଜଣାଉଥାଏ, ବୃନ୍ତ ଚ୍ୟୁତ ଶେଫାଳୀ ରାତ୍ରି ଶେଷେ, ଧରା ବକ୍ଷେ ଭୁରୁ ଭୁରୁ ଗନ୍ଧେ, ଚୁପି ଚୁପି କହୁଥାଏ କାନେ କାନେ, ଶରତ ଆସୁଛି.. ଶରତ ଆସୁଛି.. ଶରତ…

ଅଧିକ ପଢ଼ନ୍ତୁ