You are currently viewing ରଶ୍ମିରେଖା
Odia Poem Rashmirekha (ରଶ୍ମିରେଖା) by Haripada Parida

ରଶ୍ମିରେଖା

ରଶ୍ମିରେଖା ରଶ୍ମିରେଖା ମୋ ଫୁଲେଇ ରଶ୍ମିରେଖା
ତୁମ ବିନା କଲେଜ କ୍ୟାମ୍ପସ ଲାଗେ ଫିକା ଫିକା
କ୍ଲାସରୁମ୍ ଚାରିକାନ୍ଥେ ତୁମ ନାଁ ଲେଖା
ତୁମକୁ ନ ଦେଖିଲେ ଲାଗେ ମୋତେ ଏକା ଏକା

କାନେ ନାହିଁ କାନ ଫୁଲ ନାହିଁ ଗୋଟେ ଝୁମୁକା
ତଥାପି ଜହ୍ନ ପରି ଦିଶେ ମୋ ପ୍ରିୟା ରଶ୍ମିରେଖା
କେଶ ତା’ର ଶ୍ରାବଣର ଭସାମେଘ ସତେକି ମୟୂର ପୁଚ୍ଛିକା
ଓଠ ତା’ର ସତେ ଯେମିତି କେଉଁ ସାଗରର ଶାମୁକା ॥

ଏଇ ମୋ ହୃଦୟରେ ତୁମ ଛବି ହେଇଅଛି ଅଙ୍କା
ତୁମ ପାଇଁ ମନ୍ଦିରରେ ଜାଳେ ନିତି ଦୀପ ଶିଖା
ଜଣେନି ତୁମ ସାଥେ କେବେ ହବ କି ନାହିଁ ଦେଖା
ହତଭାଗ୍ୟ କୁହେ ମୋତେ ମୋ ପାପୁଲି ରେଖା ॥

କ୍ଲାସ ସରିଗଲେ କ୍ୟାଣ୍ଟିନରେ କରେ ମୁଁ ପ୍ରତୀକ୍ଷା
ପ୍ରତୀକ୍ଷା ମୋର ପ୍ରତୀକ୍ଷାରେ ରୁହେ ଆସେନି ମୋ ରଶ୍ମିରେଖା
କଲେଜ ଟାଇମ ସରିଗଲା କିନ୍ତୁ ହେଲା ନାହିଁ ଦେଖା
କୋରନା ଲହରୀ ଦେଲା ଖାଲି ଧୋକା ଆଉ ଧୋକା ॥

କେବେ ଆସିବ ତୁମେ ସାଜି ମୋ ଅଭିସାରିକା
ତୁମ ପାଇଁ କିଣି ମୁଁ ସାରିଛି ପ୍ରିୟା ଦୁଇ ପଟ ଶଙ୍ଖା
ରଶ୍ମିରେଖା ରଶ୍ମିରେଖା ମୋ ଫୁଲେଇ ରଶ୍ମିରେଖା
ତୁମ ବିନା କଲେଜ କ୍ୟାମ୍ପସ ଲାଗେ ଫିକା ଫିକା ॥

– ହରିପଦ ପରିଡ଼ା

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ହରିପଦ ପରିଡ଼ା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରିଥାନ୍ତି ।