Odia Story Mo Gaon Galimunda (ମୋ ଗାଆଁ ଗଳି ମୁଣ୍ଡ) by Manas Ranjan Nayak

ମୋ ଗାଆଁ ଗଳି ମୁଣ୍ଡ

ବେସ୍ ସହଜ, ସରଳ, ସାବଲୀଳ ପରିଚୟଟିଏ ତା’ର; ମୋ ଗାଁ ଗଳି ମୁଣ୍ଡ । କେଉଁ ବାପ ଗୋସବାପ କାଳରୁ ଗାଁ’ଟିର ପୀଢ଼ି ପରେ ପୀଢ଼ି ଅଳିକ ଜୀବନର ସକଳ ସାକ୍ଷୀ ହୋଇ ଏଯାବତ୍ ବଞ୍ଚିରହିଛି । ବହୁରୂପୀ ଏଣ୍ଡୁଅ ପରି ବଦଳିଛି ତା’ର ପାରିପାର୍ଶ୍ୱିକ ଅବୟବ, ହେଲେ ସାଇତି ରଖିଛି ସେ ମନ ସିନ୍ଦୁକରେ ରାଶି ରାଶି ହସ ଲୁହର ଅପାଶୋରା ଅନୁଭୂତିକୁ ସ୍ମୃତିର ଫାସ ପକେଇ । ଆଜିବି ଆକାଶରେ ରଙ୍ଗର ଫୁଆରା, ମୁହୂର୍ମୁହୂ ମହକାଇ ତା’ ପଥ…

ଅଧିକ ପଢ଼ନ୍ତୁ
Odia Poem Tume hin Tume (ତୁମେ ହିଁ ତୁମେ) by Manjurani Mishra

ତୁମେ ହିଁ ତୁମେ

ତୁମେ ଅନନ୍ତ ଅବିଭକ୍ତ ମନ୍ଦାକିନୀ ସ୍ରୋତ ତୁମେ ବିଶ୍ୱାସର ବିଦେହୀ ସଂକେତ ଭୂମି ଠାରୁ ଭୂମା ପର୍ଯ୍ୟନ୍ତ । ତୁମେ ଆବୃତ୍ତ ପୁଣି ଅନାବୃତ୍ତ ତୁମେ ଦାରୁବ୍ରହ୍ମ ସଂକ୍ଷିପ୍ତ ପୁଣି ବିସ୍ତାରିତ । ତୁମେ ସୃଷ୍ଟି ପରିବ୍ୟାପ୍ତ ଯୋଜନ ଯୋଜନ ତୁମେ ସମୟର ସଞ୍ଜୀବନୀ ଉତ୍ଥାନ ପତନ । ତୁମେ ବିଶ୍ୱ ରୂପରେ ଉଦ୍ଭାସିତ ତୁମେ ଅନନ୍ତ ଶୟନରେ ବିରାଜିତ କୋଟି ବ୍ରହ୍ମାଣ୍ଡର ଆଭା ପରିତୃପ୍ତ ଅକ୍ଷୟ ଅବ୍ୟକ୍ତ । ତୁମ ଓଁ-କାର ଧ୍ଵନିରେ ମୁଁ ବିଗଳିତ ଗୀତ ଗୋବିନ୍ଦ ପଦ୍ୟର ରାଗିଣୀରେ…

ଅଧିକ ପଢ଼ନ୍ତୁ
Odia Poem Sesha Anurodha (ଶେଷ ଅନୁରୋଧ) by Snigdha Panda

ଶେଷ ଅନୁରୋଧ

କବିତା, ତୋ’ର ମୋର କଥା ଥିଲା ତୁ ମତେ ନିଦ ଦେବୁ ନ ହେଲେ ସ୍ୱପ୍ନ ଦେବୁ ହେଲେ ତୁ ନା ଦେଲୁ ନିଦ, ନା ଦେଲୁ ସ୍ୱପ୍ନ ଏବେ କହ ମୋ’ ଆଖିକୁ ଚାହିଁ ତୁ କ’ଣ ପ୍ରତାରଣା କଲୁନାହିଁ?? ମୁଁ ଯେବେ ବାଟ ଚାଲୁଥିଲି ତୁ ମୋର ସାଥୀ ହେଲୁ ସବୁଦିନ ଚାଲିବୁ ମୋ’ ସାଥେ ବୋଲି ଆକାଶକୁ ସାକ୍ଷୀ ରଖି କଥା ଦେଇଥିଲୁ ଅଥଚ ଆକାଶର ବର୍ଷାସବୁ ଝରାଇଲୁ ଆଖିଦେଇ ମୋର ଅଭିଯୋଗ…

ଅଧିକ ପଢ଼ନ୍ତୁ
Odia Poem Mahabahu (ମହାବାହୁ) by Arpita Mishra

ମହାବାହୁ

ଆହେ ଦୟାମୟ ନୀଳାଦ୍ରି ବିହାରୀ, ଦିନ ଯାଉ ତୁମ ଶ୍ରୀପଦ ସୁମରି । ପ୍ରଭୁ ତୁମେ ପରା ଜଗତର ନାଥ, ତୁମ ପାଇଁ ମୁଁହି ହେଲିକି ଅଜ୍ଞାତ । ଶୁଣ ପ୍ରଭୁ ମୋର ହୃଦୟ ବନ୍ଦନ, ନିରାଶ ଆତ୍ମାର ଆକୁଳ ଜଣାଣ । ତୁମ ବିନା ଅବା କିଏ ଅଛି ମୋର, ତୁମେ ପରା ମୋର ଶକ୍ତିର ଆଧାର । ନିତ୍ୟ ମୁଁ କରଇ ତୁମ ଆରାଧନା, କର ପ୍ରଭୁ ମୋର ଶକ୍ତି ସଂରଚନା । ଆସୁ ମୋ ପଥରେ ଯେତେ ବାଧା ବିଘ୍ନ,…

ଅଧିକ ପଢ଼ନ୍ତୁ
Odia Story Manisha (ମଣିଷ) by Sudhanshu Shekhar Diwedi

ମଣିଷ

ରବିବାର ସକାଳ, ଛୁଟି ଦିନ । କାଲୁ ମିଆଁ ମାଂସ ଦୋକାନରେ ବସି ନିର୍ଜୀବ ଛେଳି ଦେହରୁ ଛାଲ ଉତାରୁଥାଏ । ରବିବାରରେ ବେଶୀ ମାଂସ ବିକ୍ରିହୁଏ ବୋଲି ଆଉ ୪ଟି ଛେଳି ନିକଟସ୍ଥ କଣ୍ଟାଯୁକ୍ତ ତାର ବାଡ଼ ନିକଟରେ ବାନ୍ଧି ରଖିଛି । ଆଗତ ମୃତ୍ୟୁର ଭୟରେ କିଏ କାଲୁ ମିଆଁ ମାଂସ ଦୋକାନକୁ ଚାହିଁ ଦୁଃଖରେ ଭାଙ୍ଗି ପଡ଼ୁଥାଏ ତ କିଏ ପୁଣି ବାଦ ବିବାଦ ମଧ୍ୟରେ ଠେଲାପେଲା ହେଉଥାଆନ୍ତି । ପଶୁ ପ୍ରକୃତି; ଯେତେ ଶାସନ କଲେ ବି…

ଅଧିକ ପଢ଼ନ୍ତୁ