bandhan

ବନ୍ଧନ

ମୁଁ ତୋ ମମତା ପଞ୍ଜୁରୀରେ କଏଦୀ ଶୁଆଟିଏ ! ଉଡ଼ିଯିବାକୁ ଚାହେଁ, ହେଲେ ଅଜଣା ଏ ସ‌ହରରେ ନାହିଁ ମୋର ବସାଟିଏ !! ପଞ୍ଜୁରୀ ବାହାର ଦୁନିଆରେ କେତେ ହିଂସ୍ର ବାତାବରଣ ! କ୍ଷମାହୀନ ସମୟରେ ବଦଳୁଥିବା ଏଇ ଋତୁମାନ ମୁଁ କ’ଣ ପାରିବି ବଞ୍ଚି ତୁମବିନା ମୁକ୍ତିର ଏ ଜୀବନ !! କିଏ ପକେଇବ ସ୍ନେହରେ ଦାନା ମତେ ସେ ବାହାନାରେ ହୋଇଯାଏ ତୁମ ସାଥେ ସାକ୍ଷାତ କେତେ ମୁଁ କ’ଣ ପାରିବି ଲଢ଼ି ତୁମବିନା ବଞ୍ଚିବାର ସଂଘର୍ଷ ଏତେ !! ଦିନ…

ଅଧିକ ପଢ଼ନ୍ତୁ
ଓଁ ନମଃ ଭଗବତେ ବାସୁଦେବାୟ

ଓଁ ନମଃ ଭଗବତେ ବାସୁଦେବାୟ

ସବୁ ଜାଣି ବି ତୁମେ ଅଜଣା, ସବୁ ଶୁଣି ବି, ସବୁ ତୁମ ପାଇଁ ଅଶୁଣା । ତୁମେ ନଥିଲେ ଚାରିଦିଗ ଅନ୍ଧକାରମୟ, ତୁମେ ଥିଲେ ଆଲୋକରେ ପରିପୂର୍ଣ୍ଣ, ମୋ ଘର ଅଗଣା ॥ କେବେ ତୁମେ ଦେଖାଦିଅ, ମନ୍ଦିରର ମୁଖଶାଳା ସାଜି, କେବେ ପୁଣି ଆସ ଅଧା ଲେଖା କାହାଣୀର, ଶେଷ ଅଧ୍ୟାୟ ପ୍ରାୟେ । ଜୀବନ ମୃତ୍ୟୁ ସବୁ ତୁମରି ଦାନ, ହାତ ଧରି କଢ଼ାଇ ନିଅ ବାଟ, ଯେବେ ମଣିଷ ପଥହରା ହୁଏ ଭୟେ ॥…

ଅଧିକ ପଢ଼ନ୍ତୁ
hrudayare-krushna

ହୃଦୟରେ କୃଷ୍ଣ

ମନ ମୟୂରୀ ମୋ ନାଚୁଛି ଯେ ଆଜି କୃଷ୍ଣ ଗୋ ତୁମ ବଂଶୀର ସ୍ୱରେ, ନାଚୁଥିବ ନାଚୁଥିବ ମୋର ମନ ତୁମ ଭକ୍ତିଭରା ପ୍ରେମ ଆଳାପରେ । (୧) ତୁମ ମଥାରେ ସେ ମୟୂର ପୁଚ୍ଛିକା ଜାତ ପରଶେ ଗଲେ ଦୋହଲି, ହାଡ଼ ମାଂସର ଏ ଶରୀର ଭିତରେ ରଚିଯାଅ ତୁମେ ହୋଲି । (୨) ହୁଅନ୍ତିକି ତୁମ ହାତର ବଇଁଶୀ ଲାଖିଯିବି ଅଧରରେ, ରଙ୍ଗେଇ ଦେବି ମୁଁ ମୋ ତନୁ ମନକୁ ନାଲି ଅଧରର ଗାରେ । (୩) କଳାରଙ୍ଗ…

ଅଧିକ ପଢ଼ନ୍ତୁ

ଗୀତ ଶୁଭେ ଫୁଲ ବଉଳବେଣୀ

ବରଷାରାଣୀ ଯେ ବିଦାୟ ଘେନିଲା ଧରାକୁ ଆସିଲା ଶରତ ଆକାଶରେ ନାହିଁ ବାଦଲର ଛବି ହସି ଉଠିଲାଣି ମରତ ॥୧॥ ନବପଲ୍ଲବରେ ଶିଶିର ବିନ୍ଦୁର ଶୁଭଦୃଷ୍ଟି ଟିକେ ପଡ଼ିଲା ସୁରୁଜ ମୁରୁଜ ବୁଣିଦେଲା ପରେ ମୁକ୍ତା ବିନ୍ଦୁ ପରି ଦିଶିଲା ॥୨॥ ନଈଜଳ ଏବେ କାଚକେନ୍ଦୁ ପରି ଦର୍ପଣ ପରାଏ ଦିଶୁଛି ପଠା ଧାରେ ତା’ର କାଶତଣ୍ଡି ଫୁଲ ସମୀର ପରଶେ ହସୁଛି ॥୩॥ ଶରତ ଋତୁରେ ରାଣୀଫୁଲ ଜହ୍ନ ରୂପ ଦିଶେ ତା’ର କି ପରିଷ୍କାର…

ଅଧିକ ପଢ଼ନ୍ତୁ