You are currently viewing ଶୂନ୍ୟତା
ଶୂନ୍ୟତା

ଶୂନ୍ୟତା

କିଛି ତୁନି ତୁନି
କିଛି ଚୁପି ଚୁପି
ଶବ୍ଦ କହିଯାଏ ଶୂନ୍ୟତା ମତେ ।

ଭାଗ୍ୟ ନୁହେଁ
ପ୍ରାରବ୍ଧ ନୁହେଁ
ଶତ ସହସ୍ର ଯୁଗର ପ୍ରେମିକ ସେ ସତେ !!

କିଛି ଭିନ୍ନ
କିଛି ଅଭିନ୍ନ
କେବେ ପୂର୍ଣ୍ଣଛେଦ ନାହିଁ ଖାଲି ପ୍ରଶ୍ନଚିହ୍ନ ।

କାହିଁକି କେମିତି କେଜାଣି ଜାଣେନା
ଯିଏ ସଙ୍ଗେ ଥିଲେ ହାତ ଛାଡ଼ିଦେଲେ,
ନିସ୍ତବ୍ଧତାର ରଙ୍ଗରେ ରଙ୍ଗେଇ ମତେ
ଶୂନ୍ୟତା ଯେମିତି ପ୍ରେମିକ ମୋ ସତେ !!

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...