ଫେରି ଆସ ରାଜକୁମାର
ବାପା କହିଛନ୍ତି ଦୂର ରାଇଜୁ ଖୋଜି ଆଣି ଦେବେ ରାଜକୁମାର, ପାଖେଇ ଆସିଲାଣି ବିବାହ ବୟସ ମନ ହୁଏ ଭାରି ଛନ ଛନ, ପାଦରୁ ଝୁଣ୍ଟିଆ ହଜିଯାଏ ମୋର ମନେ ରହୁନାହିଁ ହେଜ । ରାଜ ନଅରର ରାଜ କଣ୍ଢେଇ ମୁଁ ସଭିଏଁ ଡାକନ୍ତି ଫୁଲେଇ, ଯୋଉ ଦିନୁ ତୁମକୁ ଦେଖିଲି ମନେ ବାଜେ ସହାନାଇ । ଫେରି ଆସ ରାଜକୁମାର କାହିଁ ମନେ ମାର ଅପଶୋରା, ଫୁଲଠୁ ଭ୍ରମର ଅଲଗା ହୋଇ ରହି ପାରେ କି…