jagakalia-ra-3ti-sketch

ଜଗା କାଳିଆର ତିନୋଟି ସ୍କେଚ

(୧) ଯାଯାବର ପ୍ରତିବର୍ଷ ରଥଯାତ୍ରା ଦେଖିବାକୁ ପୁରୀ ଯାଆନ୍ତି ଗୋପାଳ ବାବୁ । ତେବେ ବଡ଼ ଦେଉଳର କେଳେଙ୍କାରୀ ସବୁ ଶୁଣିଲା ପରେ ଗୋପାଳ ବାବୁ ପୁରୀ ଯିବା ଛାଡ଼ିଦେଇଛନ୍ତି । ଟିକିଏ ରାଗ ପଣ୍ଡାଙ୍କ ଉପରେ ଆଉ ଅଧିକା ରାଗ କାଳିଆ ଉପରେ । ଏତେ ପାପ କେମିତି ସହୁଛି କାଳିଆ !! ଏଥର ରଥଯାତ୍ରାରେ ନିଜ ଛୋଟିଆ ସହରରେ ରଥଯାତ୍ରା ବି ଦେଖିବେନି ବୋଲି ଭାବିଥିଲେ ଗୋପାଳବାବୁ । ହେଲେ ସନ୍ଧ୍ୟା ଚାରିଟା ବେଳକୁ…

ଅଧିକ ପଢ଼ନ୍ତୁ
snana-jatra

ଶ୍ରୀଜୀଉଙ୍କ ସ୍ନାନଯାତ୍ରା

ପରଂବ୍ରହ୍ମ ଶ୍ରୀ ପୁରଷୋତ୍ତମଙ୍କର ଆବିର୍ଭାବ ରହସ୍ୟମୟ । ତାଙ୍କର ଲୀଳା ମଧ୍ୟ ଅଭେଦ୍ୟ । ବିଶ୍ୱାସର ଅଖଣ୍ଡ ଦୃଢ଼ତାରେ ହିଁ ତାଙ୍କୁ ଅନୁଭବ କରିହୁଏ । କଥିତ ଶ୍ରୀ ଜଗନ୍ନାଥ ଜ୍ୟେଷ୍ଠ ମାସ ପୂର୍ଣ୍ଣିମା ତିଥିରେ ଭୂମିଷ୍ଠ ହୋଇଥିଲେ । ଜ୍ୟେଷ୍ଠ ପୂର୍ଣ୍ଣିମାକୁ ସ୍ନାନ ପୂର୍ଣ୍ଣିମା କୁହାଯାଏ । ଏହା ଜଗନ୍ନାଥଙ୍କ ପବିତ୍ର ଜନ୍ମ ଉତ୍ସବ ଭାବରେ ପରିଚିତ । ପ୍ରାଚୀନ ଗ୍ରନ୍ଥାନୁସାରେ ଜ୍ୟେଷ୍ଠମାସ ଅମାବାସ୍ୟା ଦିନ ବ୍ରହ୍ମାଙ୍କ ମାନସପୁତ୍ର ମନୁ ଏକ ଯଜ୍ଞ ଆରମ୍ଭ କରିଥିଲେ…

ଅଧିକ ପଢ଼ନ୍ତୁ
joda-chhada-likhana-dhara

ଯୋଡ଼ା ଛଡ଼ା ଲିଖନ ଧାରା

ପ୍ରତିଦିନ କିଛିକିଛି ଲେଖିବାବେଳେ କେଉଁଠି ଯୋଡ଼ିକି ବା ଛାଡ଼ିକି ଲେଖାଯିବ; ସେଥିପାଇଁ କେହିକେହି ଅଡ଼ୁଆରେ ପଡ଼ନ୍ତି ! ଯଥା: ଏକ ବାକ୍ୟରେ ‘ପପୁର’, ବା ‘ପପୁକୁ’ ଆଦି ଲେଖିବାକୁ ଥିଲେ; ବିଭକ୍ତି ପ୍ରତ୍ୟୟ ଚିହ୍ନ ‘ର’ ଓ ‘କୁ’ ଯୋଡ଼ିକି ଲେଖାଯାଏ; କିନ୍ତୁ ‘ଠାରୁ’, ‘ଦ୍ୱାରା’ ବେଳକୁ ସାଧାରଣତଃ ଛାଡ଼ିକି ‘ପପୁ ଠାରୁ’, ‘ପପୁ ଦ୍ୱାରା’ ଲେଖା ହେଉଥିବାର ଦୃଷ୍ଟିଗୋଚର ହୁଏ । ପ୍ରକୃତରେ, ଓଡ଼ିଆ ଭାଷାର ଲିଖନ ପ୍ରଥା ବା ପରମ୍ପରାରେ ବିଶେଷ କରି ମୁଦ୍ରିତ…

ଅଧିକ ପଢ଼ନ୍ତୁ
Bhandariare-sandhya

ଭଣ୍ଡାରିଆରେ ସନ୍ଧ୍ୟା

ତୋଡ଼ି ରାମ୍ପେ ଦଣ୍ଡିକିରି ଉବୁଟୁବୁ ହୁଏ କେରାଣ୍ଡି ବା ଗଡ଼ିଶାଟେ ଝୁଲେ ଏଇ ଆଦିବାସୀ ପିଲାର ବନଶୀରେ ନିର୍ଗଳ ପାଣିର ସୁଅରେ ଛାଞ୍ଚ ବସେ, ସୂର୍ଯ୍ୟ ଖସେ ନିଘଞ୍ଚ ଏ ଶାଲବଣ ଧାରେ କମ୍ର ଓ କୁଞ୍ଚିତ ବଣ ଦୀର୍ଘ ଏକ ଶାଳର ତୋରଣ ଏଥୁଁ ଖସେ ଅନାବନା ଭୂଇଁ କପୋତିର ଶୀର୍ଣ୍ଣ ଡେଣା ଛୁଇଁ ଘଞ୍ଚ କେଉଁ ବୁଦାର ଉତାଳେ ପବନ କି ନୃତ୍ୟକରେ ଅତେଣ୍ଡି ଲତାରେ ଆଉ କୁରେହିର ଫୁଲଙ୍କ ମେଳାରେ ସ୍ୱର୍ଣ୍ଣଛଟା ବିଦାୟୀ…

ଅଧିକ ପଢ଼ନ୍ତୁ
nije-sudhuriba-sabuthu-sasta

ନିଜେ ସୁଧୁରିବା ସବୁଠୁ ଶସ୍ତା

ବ୍ୟବସ୍ଥା ଅବସ୍ଥା ବିଗିଡ଼ି ଯାଇଛି ଉଜୁଡ଼ି ଯାଇଛି ସବୁ ସଜାଡ଼ିବା ଲୋକେ ବିଗିଡ଼ିବେ ଯେବେ କିଏ ସେ କରିବ କାବୁ? ରାଜନେତା ଆମ ଭାରି ଚାଲାକିଆ କଥାରେ କରନ୍ତି ଯାଦୁ ଟଙ୍କାରେ ନହେଲେ, ହାତ ଗୋଡ଼ ଧରି ଭୋଟ କରନ୍ତି କାବୁ । ପାଇଲେ ଭୋଟ କମାନ୍ତି ନୋଟ ବାଦା ଇରାଦାକୁ ଭୁଲି ନାନା ସମସ୍ୟାର ବୋଝ ଭାର ତଳେ ଜନତା ସାଜଇ କୁଲି । ଯେଉଁ ହାତ ଥରେ ଜନତାକୁ ଯୋଡ଼ି ସମର୍ଥନ ଭିକ୍ଷୁଥିଲା ସେହି…

ଅଧିକ ପଢ଼ନ୍ତୁ