ପ୍ରେମର ଏ ପହିଲି ଋତୁରେ

ପ୍ରେମର ଏ ପହିଲି ଋତୁରେ

ପ୍ରେମର ଏ ପହିଲି ଋତୁରେ, ଇଚ୍ଛା ହୁଏ ମୋର ଥାଆନ୍ତା କି ଡେଣା ଉଡ଼ନ୍ତି ମୁଁ ତୁମରି ସାଥିରେ; ପ୍ରେମର ଏ ପହିଲି ଖରାରେ, ଭାବୁଛି ଏ ମନ ଗପିବାକୁ ଖାଲି ତୁମ ସାଥେ ସମୁଦ୍ର କୂଳରେ; ପ୍ରେମର ଏ ପହିଲି ବର୍ଷାରେ, ମନ କହେ ଖାଲି ଭିଜିବାକୁ ଆଜି କେବଳ ତୁମରି ସାଥିରେ; ପ୍ରେମର ଏ ପହିଲି ଶୀତରେ, ଯାଆନ୍ତି କି ବୁଲି ଦେଶ ବିଦେଶକୁ ତୁମ ସାଥେ ମୁଁ ଜାହାଜରେ; ପ୍ରେମର ଏ ପହିଲି…

ଅଧିକ ପଢ଼ନ୍ତୁ
ଲାଜେଇ ପ୍ରିୟା

ଲାଜେଇ ପ୍ରିୟା

କାହିଁକି ସଜେଇ ହେଉଛ ଗୋ ପ୍ରିୟା କୁସୁମ କେଶରେ ଗୁନ୍ଥି, ବିନା କୁସୁମରେ ସଜ ତୁ ଲାଗୁଛ ତେଜ ଭରା ତୋର ସିନ୍ଥି ।୧। ନାଲି ଓଠ ଧାରେ ହସର ଜୁଆରେ କାବୁ କର କିଛି ମତି, ନ ଲୋଡ଼ା ତମର ବିଳାସ ସମ୍ଭାର ନ ଲୋଡ଼େ ତୁମର କାନ୍ତି ।୨। ସ୍ୱର୍ଣ୍ଣ ଅଳଙ୍କାର ନ ଲୋଡ଼ା ତମର ଦେହଟା ସୁନେଲି ଜ୍ୟୋତି, ଫିକା ପଡ଼ିଯିବ କାଞ୍ଚ କି କାଞ୍ଚନ ଆସିଗଲେ ତମ କତି ।୩। ନୟନ…

ଅଧିକ ପଢ଼ନ୍ତୁ
situa-sakala-prema

ଶୀତୁଆ ସକାଳ ପ୍ରେମ

ସକାଳୁ କି ନିଦ !!! ମୁଁ ଶବପ୍ରାୟ; ଯୌତୁକରେ ପାଇଥିବା ଖଟ ଉପରେ ତମ ଦରମା ପଇସାରେ କିଣା କମ୍ବଳରେ ତମଠୁ ପାଇଥିବା ସନ୍ତକଟିକୁ ଜାକିଧରି କୋଳରେ । “ଏଇ… ବାପପୁଅ କେତେ ଶୋଇବ…?” ସକାଳୁ ସକାଳୁ କେଁ କେଁ ଶବ୍ଦ ମତେ କର ଦ୍ରୌପଦୀ ଆଉ ତମେ ହେଇଯାଅ ଦୁଃଶାସନ ଫିଙ୍ଗିଦିଅ କମ୍ବଳକୁ ଦେହେ ଘଷି ମୋର ତମ ଥଣ୍ଡା ଥଣ୍ଡା ହାତକୁ ଆଖି ଖୋଲି ମୁଁ ଦେଖେ ତ !!! ରାଜଧାନୀକୁ ଶୀତ ଛୁଇଁଥିଲା…

ଅଧିକ ପଢ଼ନ୍ତୁ
ପାହାନ୍ତି ସପନ

ପାହାନ୍ତି ସପନ

ନିସ୍ତବ୍ଧ ନିରଳା ବିଜନ ରଜନୀ ଅକୁହା ସପନ ଅଭୁଲା କାହାଣୀ । ଗଗନେ ନକ୍ଷତ୍ର ଚଳନ୍ତି ଚନ୍ଦ୍ରମା ସପନେ ଆସନ୍ତି ସୁନ୍ଦରୀ ପ୍ରତିମା । ଶରୀରେ ଶୋଭୁଛି ଅକୁହା ଅଳସୀ ସୁନ୍ଦର ଲାଗୁଛି କାଖରେ କଳସୀ । ଶୀତୁଆ ଲହରୀ ଖେଳୁଛି ଜଗତେ ସପନ ଧାଉଁଛି କୁହୁଡ଼ି ସଙ୍ଗତେ । ଅମାପ ସପନ ଆସୁଛି ନୟନେ ଆନନ୍ଦ ଭରୁଛି ସପନେ ଶୟନେ । ପାହାନ୍ତି ପ୍ରଭାତ ଆସିଲା ଦଉଡ଼ି ସପନ ମୋହର ଗଲାରେ ବିଗିଡ଼ି ।

ଅଧିକ ପଢ଼ନ୍ତୁ
se

ସେ

ମୁଁ ଡଗ ଡଗ ଫୁଟାପାଣି ସେ ଶାନ୍ତ ବରଫ, ମୁଁ ବଲ ବଲ ଓଠ ସେ ପ୍ରୀତିମଖା ହସ, ମୁଁ ଫଡ଼ ଫଡ଼ ଡେଣା ସେ ମଜବୁତ ବାହା, ମୁଁ ଗର ଗର ଗ୍ରୀଷ୍ମ ସେ ଧାରା ଶ୍ରାବଣ, ମୁଁ ଠକ୍ ଠକ୍ ଦରଜା ସେ ବନ୍ଦ ଝରକା, ମୁଁ ତର ତର ଅଙ୍କ ସେ ସରଳ ସମାଧାନ, ମୁଁ ଠପ ଠପ ଲୁହ ସେ ଲୁଣିଆ ଝାଳ, ମୁଁ ଛମ ଛମ ପାଉଁଜି ସେ ଗୁମସୁମ…

ଅଧିକ ପଢ଼ନ୍ତୁ