You are currently viewing ବହିର ଜମାନା
ବହିର ଜମାନା

ବହିର ଜମାନା

ବହିର ଜମାନା ସରି ବସିଲାଣି
ବଂଚି ରହିଛି ଲେଖା
କାଗଜ ଛାଡ଼ି ପରଦା ଉପରେ
ଦେଉଛି ବେଶି ଦେଖା

କେହି ପାରିବନି କେବେ ବି କରି
ବହି ମୁଂଡକାଟ
ଆକାର ପ୍ରକାର ବଦଳି ଗଲାଣି
ସେଇମିତି ଅଛି ପାଠ

ଗୋଟିଏ ଜାଗାରେ ପାଠକ ଲୋଡ଼ିଲେ
ଭାବ ବିଚାର ଜ୍ଞାନ
ଯେମିତି ହେଉ ସେ ପାଠ ପାଇଥାଏ
ବଢ଼ିଯାଏ ତା’ର ମାନ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ପ୍ରଫୁଲ୍ଲ କୁମାର ତ୍ରିପାଠୀ, ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଜଣେ ଓଡ଼ିଆ ସାହିତ୍ୟିକ ଓ ଭାଷାବିତ୍ । ସମାଜରେ ଦେଖାଯାଉଥିବା ବିଭିନ୍ନ ପ୍ରକାରର ଦୁର୍ନୀତି, ଅନିୟମିତତା ଏବଂ ମାନବବାଦ ବିଷୟ ଉପରେ ତାଙ୍କ ରଚନା ଆଧାରିତ । ସେ ଓଡ଼ିଆ ଭାଷା ସାହିତ୍ୟର ତର୍ଜମା ଓ ଲିପିର ବିକାଶ ବିଷୟରେ ମଧ୍ୟ ଅନେକ ପୁସ୍ତକ ରଚନା କରିଛନ୍ତି ।