You are currently viewing ଆଇଛେ ଇନ୍‌ତା ବେଲ୍‌
ଆଇଛେ ଇନ୍‌ତା ବେଲ୍‌

ଆଇଛେ ଇନ୍‌ତା ବେଲ୍‌

ନିଜେ ସହି ଭୋକ୍‌ ଶୋଷ୍‌ ଯେନ୍‌ ଲୋକ୍‌
ଦେସି କାହାର୍‌ ପେଟ୍‌ ପୂରେଇ
ତାର୍‌ ହାତୁଁ ଖାଇଥିସି ଯେନ୍‌ ଲୋକ୍‌
ଗୁଡ଼େଁ ବି ପାର୍‌ସି ଖୁରେଇ

ଇନ୍‌ତା ହେଇଛେ ସମିଆ ଇହାଦେ
କେହି ନାଇଁକରେ ସ୍ବୀକାର୍‌
ଉପକାରୀ ଯେତେ ଚିହ୍ନାର୍‌ ଲୋକ୍‌କୁଁ
କରୁଥିସି ଧିକ୍‌କାର୍‌

କଥା ତ ଭାଗ୍‌ସି ପବ୍‌ନେ ଉଡ଼ି
ଲେଖା ରହିଥିସି ପଡ଼ି
କେହି ନାଇଁମାନେ କାହାର୍‌ ବୋଲ୍‌
ଯେତେ ଛାଡ଼୍‌ଲେ ବି ରଡ଼ି

ଶିକ୍ଷା ଶାସନ୍‌ ବିଚାର୍‌ ସାହିତ୍ୟ
ହେଲାନ ଶବ୍ଦଖେଲ୍‌
ଭାବ୍‌ନା ତ କାହିଁ ଦିଶ୍‌ବାର୍‌ ନାଇଁ
ଆଇଛେ ଇନ୍‌ତା ବେଲ୍‌

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ପ୍ରଫୁଲ୍ଲ କୁମାର ତ୍ରିପାଠୀ, ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଜଣେ ଓଡ଼ିଆ ସାହିତ୍ୟିକ ଓ ଭାଷାବିତ୍ । ସମାଜରେ ଦେଖାଯାଉଥିବା ବିଭିନ୍ନ ପ୍ରକାରର ଦୁର୍ନୀତି, ଅନିୟମିତତା ଏବଂ ମାନବବାଦ ବିଷୟ ଉପରେ ତାଙ୍କ ରଚନା ଆଧାରିତ । ସେ ଓଡ଼ିଆ ଭାଷା ସାହିତ୍ୟର ତର୍ଜମା ଓ ଲିପିର ବିକାଶ ବିଷୟରେ ମଧ୍ୟ ଅନେକ ପୁସ୍ତକ ରଚନା କରିଛନ୍ତି ।