Odia Poem on Winter- Sitadine Ullasita Mo Gaon

ଶୀତ ଦିନେ ଉଲ୍ଲସିତ ମୋ ଗାଆଁ

ପସରା ମେଲେଇ ଆଜି ଆସିଅଛି ଶୀତ ମୋ ଲୋକ ଉଲ୍ଲସିତ, ମୋ ଗାଁ ଉଲ୍ଲସିତ । ବନ ଗିରି ଘେରା ଅଟେ ଗାଁ ମୋର ସୁନ୍ଦର ଶୀତକାଳ ଦୃଶ୍ୟ ସବୁ ଅତି ମନୋହର ସବୁଜିମା ଭରା ଭୂମି, ସ୍ୱର୍ଗ ଅଭିହିତ ମୋ ଲୋକ ଉଲ୍ଲସିତ, ମୋ ଗାଁ ଉଲ୍ଲସିତ । ଉଇଁଲା ସୁବର୍ଣ୍ଣ ସୂର୍ଯ୍ୟ, ପୂରୁବ ଦିଗରେ ରୌପ୍ୟ କାକର ବିଛେ, ସବୁଜ ଘାସରେ ମନ୍ଦାର ଫୁଲରେ ଗଛ, ହୁଏ ହରସିତ ମୋ ମନ ଉଲ୍ଲସିତ, ମୋ…

ଅଧିକ ପଢ଼ନ୍ତୁ
Odia Poem on Winter - Asichi Sita

ଆସିଛି ଶୀତ

ଆସିଛି ଶୀତର ଦିନ କାକର ଭିଜା ଘାସ ଉପରେ ମୋତି ସମ ଚମକେ ଏ କଅଁଳ ସୁରୁଜ କିରଣ । ଆସିଛି ଶୀତର ଜାଡ଼ ଗାଆଁ ପୋଖରୀ ତୁଠ ଉପରେ କାଠ ବରଡ଼ାର ନିଆଁରେ ସାହି ଟୋକା ସଭିଙ୍କ ଭିଡ଼ । ଆସିଛି ଶୀତର କ୍ଷେତ ସୁନେଲି ସୁନେଲି ଧାନ ବିଲ ସବୁଜିମା ଭରା ପରିବା କ୍ଷେତରେ ଚାଷୀ ହସି ହସି ଗାଉଛି ଗୀତ । ଆସିଛି ଶୀତର ସଞ୍ଜ ଗୁହାଳ ଘରୁ ଭାସିଆସେ ଧୁଆଁ ନୂଆବୋହୂ…

ଅଧିକ ପଢ଼ନ୍ତୁ
Odia Poem on Winter - Sitadine mo gaon

ଶୀତଦିନେ ମୋ ଗାଁ

ସବୁଦିନଠାରୁ ବେଶୀ ଚଳଚଞ୍ଚଳ ଲାଗେ ଭାରି ନୂଆ ନୂଆ । ବେଳ କାହିଁ, ଅଳସୁଆ ହୋଇ ଶୋଇବାକୁ ଅବା ନିଆଁ ପୋଇଁବାକୁ ଫସଲ ଅମଳର ବେଳ ଯେ ପେଟ ପାଟଣା କଥା ଯେ ଶୀତକୁ ଡରି, ଥରେ ହେଳା କରିଦେଲେ ହାତୀ ପଶି ଦଳିଦେବ ନହେଲେ ଲଘୁଚାପ ଧୋଇନେବ । ସେଥିପାଇଁ ତ ସବୁଦିନଠାରୁ ବେଶୀ ଚଳଚଞ୍ଚଳ ଲାଗେ ଭାରି ନୂଆ ନୂଆ ଶୀତ ଦିନେ ମୋ ଗାଁ ।

ଅଧିକ ପଢ଼ନ୍ତୁ
Nirabatara Janha Odia Poem

ନୀରବତାର ଜହ୍ନ

କାହିଁ ବସିଅଛ ମୌନେ ମୋର ବନ୍ଧୁ ଶୀତଳ ଜୋଛନା ଢାଳି । ଧବଳବର୍ଣ୍ଣର ବସନ ଆଚ୍ଛାଦି ଖେଳୁଅଛ ଲୁଚକାଳି ॥ ନିସ୍ତବ୍ଧ ରଜନୀ ଆଙ୍କେ ଯେବେ ଖୁନୀ ଅତ୍ୟାଚାର ଲୁଣ୍ଠନରେ । ଜାଣିସେ ପାରେନା ତମସାଚ୍ଛନ୍ନରେ ତୁମେ ଦେଖୁଥାଅ କ୍ରୁରେ ॥ ସଂସାର ଯାତନା ତୁମେ ହିଁ ଶୁଣିଛ ପ୍ରେମୀର ପ୍ରେମ କାହାଣୀ । ସାକ୍ଷ ପ୍ରମାଣରେ ସତ୍ୟବାଦୀ ଗ୍ରନ୍ଥ କାହିଁକି ରଖିଛ ଟାଣି ॥ ଦୁଃଖୀ ବାଟୋଇର ଚଲାପଥ ତୁମେ କୁସୁମ କଇଁର ସାଥି ।…

ଅଧିକ ପଢ଼ନ୍ତୁ
Prasnabachi

ପ୍ରଶ୍ନବାଚୀ

କେତେ ଦିନ ଆଉ ମିଥ୍ୟାରେ ବଞ୍ଚିବ କରୁଥିବ ଅତ୍ୟାଚାର । ଜନତାଙ୍କୁ ତୁମ ପ୍ରତାରଣା କରି ଭାଙ୍ଗିବ ସୁନା ସଂସାର ॥ ପଦ ପାଇଁ ଏଠି ଲଢ଼େଇ ଚାଲିଛି ଭୋଟରଙ୍କୁ ଫୁସୁଲାଇ । ରାମ ରାଇଜଟେ ତୋଳି ଦେବୁ କହି ଧୋକା ଦିଅ ତୁମ୍ଭେ କାହିଁ ॥ କାର୍ଯ୍ୟବେଳେ ଭଜ ମାଆ ଓ ମାଉସୀ ପ୍ରିୟର ଭାଇ, ଭଉଣୀ । ସଫଳତା ପରେ ସେ ମାନସମ୍ମାନ ଦେଖାଏ ମାଡ଼ କହୁଣୀ ॥ ତେଲେଇ ତେଲେଇ ଲାଞ୍ଚ ଖାଅ…

ଅଧିକ ପଢ଼ନ୍ତୁ