You are currently viewing ପ୍ରେମର ଅନ୍ୟନାମ ଅପେକ୍ଷା
ପ୍ରେମର ଅନ୍ୟନାମ ଅପେକ୍ଷା

ପ୍ରେମର ଅନ୍ୟନାମ ଅପେକ୍ଷା

ଯେତେବେଳେ ତୁମେ ପାଖରେ ନ ଥିଲ,
ଜାଣିନଥିଲି କେତେବେଳଯାଏ ଅପେକ୍ଷା କରିବାକୁ ଯେ ପଡ଼ିବ ।

ଦିନ ଯାଇ ରାତି ହେଲା… ହେଲା ଯେ ପୁଣି ସକାଳ,
କେମିତି ଭୁଲିବି କଟାଇଲି ଟିକ୍ ଟିକ୍ ଘଣ୍ଟା କଣ୍ଟାର ବ୍ୟବଧାନ ।

ଜାଣି ମୁଁ ନଥିଲି ପାଇଗଲି ସବୁ ପ୍ରେମ ହଠାତ୍ ତୁମ୍ଭର ଦିଗବଳୟରେ,
ବୋଧେ ସେଥିପାଇଁ ମୁଁ ଦିନ କାଟୁଥିଲି ଏହି ଅପେକ୍ଷାର ପ୍ରେମରେ ।

ଶ୍ରୀମତୀ ବୈଶାଳୀନି ସାହୁ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...