You are currently viewing ସମୟ ଆସିଛି !
ସମୟ ଆସିଛି !

ସମୟ ଆସିଛି !

ଏ ସମୟ ନୁହେଁ ବାମପନ୍ଥୀ ଦକ୍ଷୀଣପନ୍ଥୀର
ଏ ସମୟ ନୁହେଁ ବିରୋଧ କରିବାର
ଏ ସମୟ ନୁହେଁ ରାଜନୈତିକ ଲଢ଼େଇର
ସମୟ ଆସିଛି ଏକାଠି ଲଢ଼ିବାର
ସମୟ ଆସିଛି କରୋନାକୁ ପରାସ୍ତ କରିବାର
ସମୟ ଆସିଛି ଦେଶକୁ ଜିତେଇବାର
ହଁ ସମୟ ଆସିଛି ଦେଶକୁ ଜିତେଇବାର ॥

ଦେଶଭକ୍ତିର ମାନେ ନୁହେଁ ଖାଲି ଲଢ଼ିବା ସୀମା ପାର
ନା ହିଁ ଖାଲି ବନ୍ଦେ ମାତରଂ ଆଉ ତ୍ରିରଙ୍ଗାର ଜୟ ଜୟକାର,
ସମୟ ଆସିଛି କିଛି କରିବାର
ଦେଶ ପାଇଁ ବଞ୍ଚିବା ଆଉ ଅନ୍ୟକୁ ବଞ୍ଚାଇବାର
ନିଜେ ବୁଝିବା ଆଉ ଅନ୍ୟକୁ ବୁଝେଇବାର
ସମୟ ଆସିଛି ଆସ ପ୍ରମାଣ ଦେବା ନିଜ ଦେଶଭକ୍ତିର
ହଁ ସମୟ ଆସିଛି ଆସ ପ୍ରମାଣ ଦେବା ନିଜ ଦେଶଭକ୍ତିର ॥

ଏ ସମୟ ନୁହେଁ ଗୁଜବ ପ୍ରଚାରର
ଏ ସମୟ ନୁହେଁ କଳାବଜାରୀର
ଏ ସମୟ ନୁହେଁ ଆତଙ୍କିତ ଆଉ ଅଧର୍ଯ୍ୟ ହେବାର
ଆଉ ଏ ସମୟ ନୁହେଁ ନିନ୍ଦା କରିବାର
ସମୟ ଆସିଛି ପ୍ରଶଂସା କରିବାର
ସମୟ ଆସିଛି ଧର୍ଯ୍ୟ ଧରିବାର
ପରିଚୟ ଦେବା ନିଜ ଶିକ୍ଷିତ ପଣିଆର
ହଁ ପରିଚୟ ଦେବା ନିଜ ମାନବିକତାର ॥

ସତ୍ୟବ୍ରତ ପରିଡ଼ା

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...