ଲକ ଡାଉନ
ସାରା ଦେଶରେ ଲକ ଡାଉନ ଘୋଷଣା ହେବ ପରେ । ଦିନ ସାରା ଘରେ ବସି ସନ୍ଧ୍ୟାରେ ଜରୁରୀ କାମ ପାଇଁ ଗାଆଁ ଛକକୁ ଯାଇ ଦେଖିଲି, କାଲି ଯେଉଁ ଛକ ଜନଗହଳିରେ ଲୋକରଣ୍ୟ ଥିଲା ଆଜି ନିଶବ୍ଦ ସୁନଶାନ । ଭଙ୍ଗା ଚାଳିଆରେ ବରା ଛାଣି ନିଜ ଗୁଜୁରାଣ ମେଣ୍ଟାଉ ଥିବା ବୁଢ଼ୀ ମାଉସୀ ଚିନ୍ତାମଗ୍ନ ଋଷି ପରି କପାଳରେ ହାତ ଦେଇ ବସିଛି । ସତେ ଯେମିତି ତା’ ମୁଣ୍ଡରେ ଚିନ୍ତାର ଚଡ଼କ । ପଚାରିଲି, “ମାଉସୀ ଭଲ ଅଛୁ…

