You are currently viewing ମନର ମନକୁ
Manara Manaku

ମନର ମନକୁ

ମନର ଲୋକକୁ ମନରେ ରଖିବୁ
ମନର ମନକୁ ନେଇ ।

ମନ ଭାଙ୍ଗିବୁନି କଚଟି ପରି ତୁ
ଅଗଢ଼ା ରହିଯିବି ମୁହିଁ ।

ଦୂରେ ଯିବୁ ଯଦି କହିବୁନି ମତେ
ଭଲ ପାଉନଥିଲୁ ବୋଲି ।

ଦୂରେ ଯେତେ ଯା ଦୂରକୁ ଯାଉଥା
କହିବୁନି ସମ୍ପର୍କ ନଥିଲା ବୋଲି ।

ତୁମେ ମତେ ଭୁଲି ଯାଉ ମତେ ଦୁଖ ନାହିଁ
ଯଉଦିନ ଭୁଲିଯିବି ମୁଁ ତୁମକୁ
ଦୁନିଆରେ ଆଉ ମୁଁ ନାହିଁ

ପ୍ରଦୀପ କୁମାର ରଣା

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...