You are currently viewing ଫଗୁଣ
ଫଗୁଣ

ଫଗୁଣ

ଶାସ୍ତ୍ର ଅନୁଯାୟୀ ଫଗୁଣ ମାସଟି
ମହତ୍ତ୍ଵପୂର୍ଣ୍ଣ ଅଟଇ
ଗଙ୍ଗାନଦୀ ଜଳେ କରିଲେ ସ୍ନାହାନ
ପୂର୍ଣ୍ଣଫଳ ଯେ ମିଳଇ ।୧।

ମାନ୍ୟତା ରହିଛି ସଙ୍ଗମ ତଟରେ
ଦେବତା କରନ୍ତି ବାସ
ହିନ୍ଦୁ କ୍ୟାଲେଣ୍ଡରେ ଫଗୁଣ ମାସଟି
ବର୍ଷର ଅନ୍ତିମ ମାସ ।୨।

ଫଗୁଣ ମାସର ଅମାବାସ୍ୟା ଅଟେ
ଶ୍ରାଦ୍ଧ କର୍ମ ପାଇଁ ଶୁଭ
କାଳ ସର୍ପ ଦୋଷ ନିବାରଣ ପାଇଁ
ଆଶିଷ ସର୍ବଦା ଲଭ ।୩।

ଏହି ଦିନ ଗଙ୍ଗା ନଦୀରେ ସ୍ନାହାନ
ଶୁଭ ବୋଲି ଧରାଯାଏ
କରିଲେ ବିଶ୍ୱାସ ମନ ହେବ ସ୍ୱଚ୍ଛ
ଏ ଜୀବନ ଥିବା ଯାଏ ।୪।

କରିଲେ କାହାକୁ ଦାନଧ୍ୟାନ ପୁଣି
ନିଜର ସାମର୍ଥ୍ୟ ଦେଖି
ମହାପୂର୍ଣ୍ଣ ହେବ ଏସାରା ଜଗତେ
ପାଣ୍ଡୁଲିପି ଥିବ ସାକ୍ଷୀ ।୫।

ଶ୍ରାଦ୍ଧ ଦେଇ ଆମ୍ଭେ ପୂର୍ବ ପୁରୁଷଙ୍କ
ମନକୁ କରିବା ତୃପ୍ତି
ହାତଯୋଡ଼ି ଆମ୍ଭେ କହିବା ତାହାଙ୍କୁ
ହୋଇଯାଅ ମୋକ୍ଷ ପ୍ରାପ୍ତି ।।୬।।

ନରେନ୍ଦ୍ର ପ୍ରସାଦ ବେହେରା

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ନରେନ୍ଦ୍ର ପ୍ରସାଦ ବେହେରା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।