ବର୍ଷାରେ ପଲ୍ଲୀ ଦର୍ଶନ
ଶ୍ରାବଣର ଅବାରିତ ବର୍ଷାଧାରର ଛିଟା ମନରେ ଖେଳାଏ ଶିହରଣ ମୃଦୁ ମନ୍ଦ ସମୀର ବହେ ଥରାଇ ଦିଏ ଶରୀର ଆହ୍ଲାଦିତ କରେ ତା’ ଗୁଞ୍ଜନ ॥୧॥ ନାଲି ରଙ୍ଗ ପାଟଶାଢ଼ୀ ଧରି ନାଲିଆ ଓଢ଼ଣୀ ସିନ୍ଦୁର ନାଇ କପୋଳ ସିନ୍ଥିରେ ଥିରି ଥିରି କରି ଚାଲେ ଟିକି ସାଧବ ବୋହୂଟି ସବୁଜ ଧରଣୀ ମାଆ ବକ୍ଷରେ ॥୨॥ ଫୁଟେ ସ୍ଵର୍ଣ୍ଣକାନ୍ତି ଆଭା ପ୍ରକୃତି ସୌନ୍ଦର୍ଯ୍ୟ ଶୋଭା ସୁନାର ଫସଲ କ୍ଷେତରେ ମନ ଆନନ୍ଦେ ଚାତକ ନଭେ ବିଚରଣ କରେ ପ୍ରିୟ…

