kalara-karale

କାଳର କରାଳେ

ନିସହାୟ ଅସହାୟ ଶୁଷ୍କ ପତ୍ରଟିଏ ବହିଯାଉଅଛି ଆଜି କାଳ ବକ୍ଷରେ, ସମୟର ସୁଅମୋତେ ନେଇଯାଏ ଅତୀତ ସ୍ମୃତିକୁ ରୋମନ୍ଥନ କରେ । କି ଥିଲା ସେ ସ୍ୱପ୍ନ ଶିଶୁ ବେଳର ଅଦିନିଆ କାଳ କଲା ସବୁ ପରର, ମୁକ୍ତା ରଜନୀ ଛଡ଼େଇ ମୋହର କଣ୍ଟା ଦିବସେ ଭରି ଦେଲା ନୀର । ସମୟ ସ୍ରୋତେ ମୁଁ ଚାଲିଛି ବହି ତୀବ୍ରତାର ସୁଅ ନଉଛି ଉଠେଇ କାଳକୁଳକୁ ମୁଁ ଖୋଜି ପାଉନାହିଁ ବର୍ତ୍ତିବି କେମିତି ଟିକେଦିଅ ବତାଇ? ସମୟର ଚକ୍ରବ୍ୟୁହେ ଫସିଗଲି…

ଅଧିକ ପଢ଼ନ୍ତୁ
aparahna

ଅପରାହ୍ନ

ଏକ ଅଳସ ଅପରାହ୍ନରେ ଯେବେ ଏ ସହର ଘୁମେଇ ପଡ଼ିଥାଏ କ୍ଲାନ୍ତ ହେଇ “ତମେ” ଆସ ଅନେକ ଯନ୍ତ୍ରଣା ଧରି ବାରମ୍ବାର ଆହ୍ୱାନ ଦିଅ ମତେ ଚାଲିବାକୁ ଶୂନଶାନ୍ ରାଜରାସ୍ତାରେ କି ଅବୁଝା ତମେ କେଜାଣି ସନ୍ଧ୍ୟାର ସୁଶିତଳ ପବନରେ ପୁଲକିତ ହେବାକୁ କଷ୍ଟ ଲାଗେ ସକାଳର ସ୍ନିଗ୍ଧ ରେଣୁରେ ଅଳସ ଭାଙ୍ଗିବାକୁ ଲାଜ ଲାଗେ ରାତ୍ରିର ନିଛାଟିଆ ଜହ୍ନରେ ଲୁଚକାଳି ଖେଳିବାକୁ ଭୟ ଲାଗେ କିନ୍ତୁ ଏ ନୀରବ ନିସ୍ତବ୍ଧ ଅପରାହ୍ନରେ ପୁରୁଣା ସ୍ମୃତିକୁ ଅଙ୍ଗାର…

ଅଧିକ ପଢ଼ନ୍ତୁ
jantra-danaba

ଯନ୍ତ୍ର ଦାନବ

ଭଗବାନ ସୃଷ୍ଟ ମନୋହର ଜଗତେ ତୁ ଏକା ଶ୍ରେଷ୍ଠ ମରତେ, ସୁନ୍ଦର ରଚନାର ତୁ ପ୍ରତୀକଟେ ନବ ଯୁଗର ତୁ ସତ୍ୟଟେ । ଧର୍ମର ସନ୍ତାନ ତୁ ମାନବ କର୍ମର ପ୍ରତିଦାନ, ଧର୍ମପଥରେ ସୃଜିଲୁ ଦାନବ ଯନ୍ତ୍ରକୁ ଦେଲୁ ପ୍ରାଣ? କାଲିର ଦାନବ ଆଜିର ଯନ୍ତ୍ରାଂଶ କରଇ ଧର୍ମର ନାଶ ଶତବୁଦ୍ଧି ରଖିଥିବା ଏ ରୁଦ୍ରାଂଶ ହାରଇ ଯନ୍ତ୍ରର ପାଶ । ମାନବ ଅଟଇ ଶୋଣିତ ସନ୍ତାନ ସବୁଠାରୁ ବଡ଼ ଜ୍ଞାନୀ ! ଗର୍ବ ତାକୁ ହିଁ କରିବ ଖର୍ବ କରିବ…

ଅଧିକ ପଢ଼ନ୍ତୁ
ଅମଳିନ ସୃଷ୍ଟିର ପ୍ରଜ୍ଞାପୁରୁଷ: ନାଟ୍ୟକାର ଆପନ୍ନା ପରିଚ୍ଛା (Apanna Parichha)

ଅମଳିନ ସୃଷ୍ଟିର ପ୍ରଜ୍ଞାପୁରୁଷ: ନାଟ୍ୟକାର ଆପନ୍ନା ପରିଚ୍ଛା

(୧୪୨ ତମ ଜନ୍ମ ଜୟନ୍ତୀ ଉପଲକ୍ଷେ) ଓଡ଼ିଆ ଭାଷା ଓ ଜାତିର ବିପର୍ଯ୍ୟୟର ଗଡ଼ଢାଳିକା ମଧ୍ୟରେ ପ୍ରସ୍ଫୁଟିତ ହୋଇଥିଲେ କେତେକ ବହୁମୁଖୀ ପ୍ରତିଭାର ପ୍ରଜ୍ଞାପୁରୁଷ । ସେଥିମଧ୍ୟରୁ ନାଟ୍ୟକାର ଆପନ୍ନା ପରିଚ୍ଛା ଥିଲେ ଅନ୍ୟତମ । ସେ ଥିଲେ ଏକଧାରରେ କବି, ନାଟ୍ୟକାର, ସମାଜ ସେବୀ, ଜାତିପ୍ରେମୀ ଓ ସର୍ବୋପରି ପ୍ରାକୃତିକ ଓଡ଼ିଶାର ପ୍ରଥମ ଭ୍ରାମ୍ୟମାଣ ରାସଦଳର ପ୍ରତିଷ୍ଠାତା । ୧୮୭୯ ମସିହା ମଇ ମାସ ୨୨ ତାରିଖରେ ଦକ୍ଷିଣ ଓଡ଼ିଶାର ସାଂସ୍କୃତିକ ରାଜଧାନୀ ପାରଳାଖେମୁଣ୍ଡି ସହରରେ ଜନ୍ମ ଗ୍ରହଣ କରିଥିଲେ…

ଅଧିକ ପଢ଼ନ୍ତୁ
anta-parabarti-ichha

ଅନ୍ତ ପରବର୍ତ୍ତୀ ଇଚ୍ଛା

ଜୀବନ୍ତ ଘଟ ଏଇ ଜନ୍ମରୁ ଇଚ୍ଛା ବୋହିଛି ଶେଷ ନାହିଁ ଏ ଇଚ୍ଛାର ନିମ୍ନଗା ଯେଭଳି ପୟୋଧିରେ ମିଶି ତା’ ପରିସୀମା ବୃଦ୍ଧି କରୁଛି । ଶେଷଇଚ୍ଛା ଏ ନୁହେଁ ଅନ୍ତ ପରବର୍ତ୍ତୀ ଇଚ୍ଛାର ଆରମ୍ଭ ଜନ ଖୋଜେ ଏପରି କର୍ମ ଯାହା ବଞ୍ଚି ରହିବ ସବୁଦିନ ତା’ ଅନୁପସ୍ଥିତରେ ବି ପୂର୍ଣ୍ଣ କରୁଥିବ ପ୍ରଶଂସାର କୁମ୍ଭ । ଅଭିନେତା ଅଭିନୟର ସମାପ୍ତେ ଲୋଡ଼େ ପ୍ରଶଂସାର ମାଳ ବିଧ୍ୱସଂ କାମନେ ଅନ୍ତେ ତା’ର ଆସୁ ଶାନ୍ତିର କାଳ । ସମୀର ଅନ୍ତେ…

ଅଧିକ ପଢ଼ନ୍ତୁ