You are currently viewing କାଳର କରାଳେ
କାଳର କରାଳେ

କାଳର କରାଳେ

ନିସହାୟ ଅସହାୟ ଶୁଷ୍କ ପତ୍ରଟିଏ
ବହିଯାଉଅଛି ଆଜି କାଳ ବକ୍ଷରେ,
ସମୟର ସୁଅମୋତେ ନେଇଯାଏ
ଅତୀତ ସ୍ମୃତିକୁ ରୋମନ୍ଥନ କରେ ।

କି ଥିଲା ସେ ସ୍ୱପ୍ନ ଶିଶୁ ବେଳର
ଅଦିନିଆ କାଳ କଲା ସବୁ ପରର,
ମୁକ୍ତା ରଜନୀ ଛଡ଼େଇ ମୋହର
କଣ୍ଟା ଦିବସେ ଭରି ଦେଲା ନୀର ।

ସମୟ ସ୍ରୋତେ ମୁଁ ଚାଲିଛି ବହି
ତୀବ୍ରତାର ସୁଅ ନଉଛି ଉଠେଇ
କାଳକୁଳକୁ ମୁଁ ଖୋଜି ପାଉନାହିଁ
ବର୍ତ୍ତିବି କେମିତି ଟିକେଦିଅ ବତାଇ?

ସମୟର ଚକ୍ରବ୍ୟୁହେ ଫସିଗଲି ମୁହିଁ,
ଦ୍ୱାପର ଯୁଦ୍ଧର ଅଭିମନ୍ୟୁ ନିକି
ସପ୍ତରଥୀ ପାଖୁ ଯୁଦ୍ଧ ହାରିବାର ନାହିଁ
ସମୟର କାଳ ଚକ୍ରେ ଝାକି ।

କରିବାକୁ ନିୟତିର ସହିତ ସମର
ଗଙ୍ଗାଧର ପରି ଜନ୍ମ ଅଟଇ ଅମର,
ଶିଖାନ୍ତି ସେ ତୃଣ ଶକ୍ତି କେତେ ଅପାର
ସମୟକୁ ଚିରି ଦେଇପାରେ କବର ।

ତାଙ୍କ ସୂର୍ଯ୍ୟ ଅସ୍ତ ସଙ୍ଗେ କାଳ ପ୍ରକଟେ
ବିଜୟୀ କାଳ ପୂରା ଧରାପୃଷ୍ଠେ କହେ
ଅଧର୍ମୀକୁ ଦିଏ କାଳ ସର୍ପର ଚହଟେ
ଯମ ଦଣ୍ଡ ରୂପେ ପୃଥିବୀରେ ରହେ ।

ମୃତ୍ୟୁର କାହାଣୀ କରଇ ରଚନା
ଧର୍ମର ପଥରେ ସାଜଇ ପଥିକ
ଅଧର୍ମୀ ଶୁଣେ ସେ ମୃତ୍ୟୁର ବେଦନା
କର୍ମ ଧର୍ମ କ୍ଷେତ୍ରେ ସେ ଏକା ସାତ୍ତ୍ୱିକ ।

ସମୟର ସୁଅ ଫେରିଆଣେ ମୋତେ
ବର୍ତ୍ତମାନର ବସୁନ୍ଧରା କୋଳରେ
କହିଲା କାଳଠୁ ବଳବାନ କେତେ
ହାର୍ ମାନିଛନ୍ତି କାଳର କରାଳରେ ।

କେତେ ଭଗବାନ ପରମ ଇଶ୍ୱର
ଧରିତ୍ରୀରେ ଜନ୍ମ ନେଇ ହାରିଗଲେ
କାଳଠୁ ବିଦାୟ ନେଇ ମହାବର
ଧରାରୁ ବୈକୁଣ୍ଠ ସେ ବାହୁଡ଼ିଲେ ।

ମନକୁ ପବିତ୍ର ନୀରେ ଧୋଇ ଯାଇ
ଅସତ୍ୟରୁ ସତ୍ୟ ବାହାର କରି
ମର୍ମ ନୟନେ ଧର୍ମକୁ ମନାଇ
କାଳ ବ୍ରହ୍ମ ସର୍ପୁ ନିଜକୁ ଉଦ୍ଧାରି ।

ସମଗ୍ର ବ୍ରହ୍ମାଣ୍ଡେ କାଳ ନାମ ଜୟେ
କାଳ କବଳରୁ କିଏ ନ ବଞ୍ଚଇ
କାଳ ସୁଅରେ କେ ଧର୍ମ ବିଜୟେ
କାଳର କରାଳେ ମୁଁ ଭାସି ଯାଇ ।

ଆୟୁଷ୍ମାନ ତ୍ରିପାଠୀ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଆୟୁଷ୍ମାନ ତ୍ରିପାଠୀ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।