You are currently viewing ଅପରାହ୍ନ
ଅପରାହ୍ନ

ଅପରାହ୍ନ

ଏକ ଅଳସ ଅପରାହ୍ନରେ
ଯେବେ ଏ ସହର ଘୁମେଇ ପଡ଼ିଥାଏ କ୍ଲାନ୍ତ ହେଇ
“ତମେ” ଆସ ଅନେକ ଯନ୍ତ୍ରଣା ଧରି
ବାରମ୍ବାର ଆହ୍ୱାନ ଦିଅ ମତେ
ଚାଲିବାକୁ ଶୂନଶାନ୍ ରାଜରାସ୍ତାରେ
କି ଅବୁଝା ତମେ କେଜାଣି
ସନ୍ଧ୍ୟାର ସୁଶିତଳ ପବନରେ ପୁଲକିତ ହେବାକୁ କଷ୍ଟ ଲାଗେ
ସକାଳର ସ୍ନିଗ୍ଧ ରେଣୁରେ ଅଳସ ଭାଙ୍ଗିବାକୁ ଲାଜ ଲାଗେ
ରାତ୍ରିର ନିଛାଟିଆ ଜହ୍ନରେ ଲୁଚକାଳି ଖେଳିବାକୁ ଭୟ ଲାଗେ
କିନ୍ତୁ ଏ ନୀରବ ନିସ୍ତବ୍ଧ ଅପରାହ୍ନରେ ପୁରୁଣା ସ୍ମୃତିକୁ ଅଙ୍ଗାର କରି ବାରମ୍ବାର ଜଳେଇ ଚାଲ ମତେ
କେଜାଣି କାଇଁ ତମକୁ “ସ୍ଵପ୍ନ” କୁହନ୍ତି,
ମାେ ପାଇଁ ତ ତୁମେ ଝାଞ୍ଜି ପବନ
ବାସ୍ ଯେବେବି ଆସ ନିଜ ଉତ୍ତପ୍ତ ନିଃଶ୍ୱାସରେ ଜାଳି ଦିଅ ମତେ ମାେ ଆଶା ସବୁକୁ ଖିନ ଭିନ୍ କରି ।

ଅଣାକର ନାୟକ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଅଣାକର ନାୟକ ପେଶାରେ ଜଣେ ଇଞ୍ଜିନିୟର୍ ଏବଂ ନିଶାରେ ସାହିତ୍ୟ ପ୍ରେମୀ । ସେ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ, କବିତା ଆଦି ରଚନା କରିଥାନ୍ତି ।