ଭାର୍ଗବୀ କୂଳର ସେହି ଗାଁ…
ନବେ ଦଶକର ଆରମ୍ଭର କଥା, ବୋଧହୁଏ ୬ଷ୍ଠ ଶ୍ରେଣୀରେ ପଢ଼ୁଥାଏ । ଚିତ୍ର ଆଙ୍କିବାରେ ଭୋକ ଶୋଷ ଭୁଲିବା ଭଳି ଗମ୍ଭୀର ନିଶାରେ ପଡ଼ିଥାଏ । ଯଦିଓ ପାଠପଢ଼ାରେ କମଜୋର୍ ନଥିଲି କିନ୍ତୁ ଚିତ୍ର ଆଙ୍କିବା ଓ ବହି ତଥା ପତ୍ରିକା ପଢ଼ା ଭଳି ଅଭ୍ୟାସ ଆପଣେଇ ନେଇଥିଲି । ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ପରିଚାଳିତ ସହରର ଏକମାତ୍ର ପାଠାଗାର ଥିଲା ଛୁଟିଦିନିଆ ବହି ପଢ଼ାର କେନ୍ଦ୍ର । ବୟସ କମ୍ ଥିବାରୁ ଅନେକ ବହି ପଢ଼ିବା ପାଇଁ…

