ଶହୀଦ ଯବାନ
ମାଟିରୁ ଗଢ଼ା ଏ ଦେହ ମାଟିରେ ମିଶୁ ଯାଇଛି, ଥକି ଯାଇଥିବା ମୋର ଏ ଶରୀର ତା’ ମାଆ କୋଳେ ଶୋଇଛି, ମରିନି, ଏବେବି ମୁଁ ବଞ୍ଚିଛି । ଆରପାରିରେ ରହି ମୁଁ ଦେଖିଥିବା ସେଇ ସ୍ୱାଧିନତାର ସ୍ୱପ୍ନ ପୂରଣ ପାଇଁ ଦିନ ଗଣୁଛି ମରିନି, ଏବେବି ମୁଁ ବଞ୍ଚିଛି । ଛିଡ଼ା ହୋଇ ମୋ ଉପରେ ଖେଳିବୁ ବୋଲି ତୁ ଗୁଳି ବନ୍ଧୁକ ସାଥିରେ ମୋ ହାଡ଼କୁ ମାଟିରେ ମିଶେଇଛି ମରିନି, ଏବେବି ମୁଁ ବଞ୍ଚିଛି । ଏକ ଅଖଣ୍ଡ…

