ପତ୍ନୀ
ବାମ ପାଦ କଳସ ଢିଅରେ ଅଣାୟତ ହୁଏ ବିରି ପେଡ଼ା ବାପଘର ଶିଳରେ ଫୋଡ଼ାଣ ଫେଡ଼ୁ ଫେଡ଼ୁ ତୁଠ ହୋଇଯାଏ ଅଭିଆଡ଼ୀରୁ ଏକ ସୂକ୍ଷ୍ମ ମାନସାଙ୍କ । ଖରଡ଼ିଆ ଦୁଇ ହଳ ଝୁଣ୍ଟିଆରେ ବି ଆଲାରାମ୍ ବାର ବାର ଉଠ୍ ବସ୍ କରାଏ କାମତୁଣୀ ଅଣ୍ଟାରେ ବୋଉର କନକ ଆଞ୍ଜୁଳି । ଶେଷ ରାତି ଶେଯରେ ତ ସେ ହଜାଇ ଥାଏ ବାପା ମାଆଙ୍କ ଶୁଦ୍ଧି କ୍ରିୟା କୁଆଁର ପୁନେଇର ମଲା ଜହ୍ନରୁ ସାଉଁଟି ଥିବା ଜଳାଗ୍ନ କଇଁ ଜାଗରରୁ…

