ଶ୍ରାବଣୀ ଗୋ
ଧୈର୍ଯ୍ୟ ଧର ଶ୍ରାବଣୀ ଗୋ ଆସୁଛି ତତ୍କ୍ଷଣେ ତୁମ ପ୍ରତୀକ୍ଷାର ଅନ୍ତ ଘଟାଇବି ଯେହ୍ନେ ॥ ୧ ॥ ତୁମ ଶୁଷ୍କ କଣ୍ଠେ ବାରି କରିବି ସିଞ୍ଚନ ଟାଙ୍ଗରା ବକ୍ଷରେ ତୁମ ଦେବି ଆର୍ଦ୍ର ପ୍ରାଣ ॥ ୨ ॥ ଉନ୍ମୁକ୍ତ ବକ୍ଷରେ ତୁମେ କର ଆଲିଙ୍ଗନ ତୁମ ପ୍ରାଣ ପ୍ରିୟତ୍ତମ ଶୀତଳ ଶ୍ରାବଣ ॥ ୩ ॥ ଯେତେ ସବୁ ବୀଜ ବକ୍ଷେ କର ଅଙ୍କୁରିତ ଫୁଟା ଚମ୍ପା, ମଲ୍ଲି ପୁଣି ଫୁଟାଅ କଦମ୍ବ ॥…

